ଦର୍ଜୀ ପୁଅଙ୍କୁ ମିଳିଲା ଆଇଏସସ ସଫଳତା l

ସତ୍ୟଶିଖା ( ଭୁବନେଶ୍ୱର ) ୦୫ .୦୮.୨୦୨୦ : ଘଟଣାଟି ଘଟିଛି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଏମସି ୧୪ ନମ୍ବର ୱାର୍ଡର ନିଳାଦ୍ରୀ ବିହାରରେ l ନିଜର ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ରତା ଏହାର ଜ୍ୱଳନ୍ତ ପ୍ରମାଣ ଦେଇଛନ୍ତି ଶ୍ରୀକୁମାର ବିଶ୍ୱରଞ୍ଜନ । ଯିଏ କି ଜଣେ ଦର୍ଜୀ ବାପା ମାଆ ଙ୍କ ପୁତ୍ର । ଦର୍ଜୀ କାମ କରି ସେଥିରୁ ମିଳୁଥିବା ସ୍ୱଳ୍ପ ସମ୍ବଳରେ ନିଜର ପରିବାରର ପେଟକୁ ଦୁଇ ବକ୍ତ ଖାଇବା ଯୋଗାଡ଼ିବା କଷ୍ଟସାଧ୍ୟ ହୋଇପଡୁଥିବା ବେଳେ ନିଜ ପୁଅକୁ ଆଇଏଏସ କରିବା ଏକ କଷ୍ଟକର ଲକ୍ଷ ଲାଗୁଥିଲେ ମଧ୍ୟ ତାହା ଅସମ୍ଭବ ନୁହେଁ ବୋଲି ପ୍ରମାଣିତ କରିଦେଖାଇଛନ୍ତି ବାପା ବେଣୁଧର ଭୋଳ ଓ ମାଆ ମିନତୀ ଭୋଳ । ଭଗବାନଙ୍କ ତାଙ୍କ ପ୍ରତି ଅଶେଷ କରୁଣା ଓ ପୁଅର ସଂକଳ୍ପ ଆଜି ତାଙ୍କର ସ୍ୱପ୍ନକୁ ସାକାର କରିପାରିଛି l ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ୧୮୨ ନମ୍ବର ସ୍ଥାନ ରଖିଛନ୍ତି ବେଣୁଧର l ଏହି ସଫଳତା ରେ ଖୁସୀ ହୋଇ ବିଧାୟକ ସୁଶାନ୍ତ ରାଉତ, ସମାଜସେବୀ ସୁବାସ ଚନ୍ଦ୍ର ପାତ୍ର ଏବଂ ଯୁବ ନେତା ମନୋଜ କୁମାର ସାହୁ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରି ସପରିବାରଙ୍କୁ ଊସ୍ଛାହିତ କରିଥିଲେ l

Exit mobile version