ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଗହଣାରେ ପ୍ରେମର ପ୍ରତୀକ: ବାହାଘର ପାଇଁ ବିକ୍ରି ବଢ଼ିଛି

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ଭାଲେଣ୍ଟାଇନ ଡେ ପାଖେଇ ଆସୁଛି । ଆସନ୍ତା ୧୪ ତାରିଖରେ ଏହାକୁ ପେମୀଯୁଗଳ ପାଳନ କରିବେ । ଏବେ ଚାଲିଛି ପ୍ରେମ ସପ୍ତାହ। ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ । ପ୍ରଥମେ ରୋଜ୍‌ ଡେ, ତା ପରେ ପ୍ରପୋଜ୍ ଡେ, ଚକୋଲେଟ ଡେ, ଟେଡି ଡେ, ପ୍ରମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଏବଂ ଶେଷରେ ଭାଲେଣ୍ଟାଇନ ଡେ । ପ୍ରେମିକ ଓ ପ୍ରେମିକାମାନେ ପ୍ରତିବର୍ଷ ଏହି ସ୍ଵତନ୍ତ୍ର ଦିବସ ଓ ସପ୍ତାହକୁ ଅପେକ୍ଷା କରି ରହିଥାନ୍ତି । ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି । ଉପହାର ଦେଇଥାନ୍ତି । କେବଳ ସାଧାରଣ ଉପହାର ନୁହେଁ ସୁନା, ହୀରା ଏବଂ ପ୍ଲାଟିନମ୍‌ରେ ନିର୍ମିତ ସ୍ଵତନ୍ତ୍ର ଗହଣା ମଧ୍ୟ ଉପହାର ଭାବେ ଆଜିକାଲି ଦିଆଯାଉଛି । ଏହାକୁ ଦେଖି ଗହଣା ଦୋକାନଗୁଡ଼ିକ ମଧ୍ୟ ଭାଲେଣ୍ଟାଇନ ପାଇଁ ସୋ’ରୁମ୍‌ରେ ସ୍ଵତନ୍ତ୍ର ଗହଣା ରଖିଛନ୍ତି । ଭୁବନେଶ୍ୱରର ବଡ଼ ବଡ଼ ଗହଣା ଦୋକାନଗୁଡ଼ିକ ଗ୍ରାହକଙ୍କ ଏହି ଆବଶ୍ୟକତାକୁ ବୁଝିପାରିଛନ୍ତି । ସେଥିପାଇଁ ସ୍ଵତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଗହଣା ବିକ୍ରି ପାଇଁ ସୋ’ରୁମ୍‌ରେ ମହଜୁଦ୍‌ ରଖାଯାଇଛି । ପ୍ରେମର ପ୍ରତୀକକୁ ଗହଣାରେ ଅତି ସୁନ୍ଦର ଭାବେ ସ୍ଥାନିତ କରାଯାଇଛି ।

୫୦୦୦ ଟଙ୍କାରୁ ଆରମ୍ଭ

ପ୍ରିୟ ବ୍ୟକ୍ତିଙ୍କୁ ଉପହାର ଦେବା ପାଇଁ ରହିଥିବା ଗହଣାଗୁଡ଼ିକର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ଗ୍ରାହକଟିଏ ଚାହିଁଲେ ପ୍ରାୟ ୫ ହଜାର ଟଙ୍କା ଦେଇ ସେମାନଙ୍କ ପସନ୍ଦର ଗହଣାଟିଏ ମଧ୍ୟ କିଣିପାରିବେ । ‌ତେବେ ଡିଜାଇନ, ଓଜନ ଏବଂ ଧାତୁ ଅନୁସାରେ ଗହଣାର ମୂଲ୍ୟ ଅଧିକ ରହୁଛି । ଏପରିକି ସୋରୁମ୍‌ଗୁଡ଼ିକରେ ପ୍ଲାଟିନମ କପଲ୍‌ ରିଙ୍ଗ ସେଟ୍‌ ମଧ୍ୟ ବିକ୍ରି କରାଯାଉଛି ଯାହାର ମୂଲ୍ୟ ପାଖାପାଖି ୭୫ ହଜାର ଟଙ୍କାରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

Show More
Back to top button