ଦେଶ

ବିହାର ନିର୍ବାଚନ ସ୍ଥଗିତ ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ l

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୮ .୦୮.୨୦୨୦ :   ବିହାର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିହାର ନିର୍ବାଚନ ତାରିଖ ପରିବର୍ତ୍ତନ ନିମନ୍ତେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କରୋନା ଭାଇରସକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯାହାକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଅଗ୍ରାହ୍ୟ କରିଦେଇଛନ୍ତି । ସୂଚନା ଅନୁସାରେ, ବିହାରରେ କୋରୋନା ଭାଇରସ ମୁକ୍ତ ହେବା ପରେ ନିର୍ବାଚନ କରିବାକୁ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଥିଲା ।

ଏହି ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ କହିବା ଅନୁସାରେ, ଭାରତର ନିର୍ବାଚନ କମିଶନ ଏହାକୁ ନେଇ ନିଷ୍ପତ୍ତି ଗ୍ରହଣ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ, ତେଣୁ ଏହି ପିଟିସନ ଏକ ‘ପ୍ରିମାଚ୍ୟୁଓର୍‌ ପିଟିସନ୍’ ବୋଲି ଖଣ୍ଡପୀଠ କହିଥିଲେ । ଅସ୍ୱଭାବିକ ପରିସ୍ଥିତିରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ‘ଜନ ପ୍ରତିନିଧି ଆଇନ’ରେ ବ୍ୟବସ୍ଥା ରହିଥିବାରୁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ କମିଶନ୍‌ଙ୍କୁ ନିର୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଅବିନାଶ ଠାକୁର ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।

Show More
Back to top button