ନିଶ୍ଚୟ ଛାଡ଼ିଥାନ୍ତେ ସୁଇସାଇଡ ନୋଟ୍….. ସୁଶାନ୍ତଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ୍ ଦେଲେ ଅଭିନେତା ଶେଖର ସୁମନ :


ସତ୍ୟଶିଖା : ମୁମ୍ବାଇ ୨୪/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପରଠୁ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍ ଏବଂ ରାଜନୀତିକୁ ନେଇ ଜୋରସୋରରେ ବିବାଦ ହୋଇଛି। ଇଣ୍ଡଷ୍ଟ୍ରିର କେତେକ ଷ୍ଟାର୍ ମଧ୍ୟ ଏଠାକାର କଳା କାରନାମା ସାମନାକୁ ଆଣୁଛନ୍ତି।
କିଛି ଦିନ ତଳେ ଅଭିନେତା ଶେଖର ସୁମନ ଟ୍ବିଟ୍ କରି ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିଥିଲେ। ଏବେ ପୁଣି ଥରେ ଶେଖର ସୁମନ ଏକ ଏପରି ଟ୍ବିଟ୍ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏବେ ଶେଖରଙ୍କ କହିବା ଅନୁସାରେ ସୁଶାନ୍ତ ସିଂହ ଆତ୍ମହତ୍ୟା କରି ନାହାନ୍ତି। ଶେଖର ସୁମନ୍ ଟ୍ବିଟ୍ କରି କହିଛନ୍ତି-‘ଏହା ବିଲକୁଲ ପରିଷ୍କାର ହୋଇଯାଉଛି। ଯଦି ମାନି ନିଆଯାଏ ଯେ ସୁଶାନ୍ତ ସୁଇସାଇଡ କରିଛନ୍ତି ତେବେ ସେ ଯେଉଁଭଳି ଷ୍ଟ୍ରଙ୍ଗ୍,ଇଚ୍ଛା ଶକ୍ତି ସମ୍ପନ୍ନ ଏବଂ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଥିଲେ ନିଶ୍ଚୟ ସୁଇସାଇଡ ନୋଟ୍ ଛାଡ଼ିଥାନ୍ତେ। ଲୋକଙ୍କ ଭଳି ତାଙ୍କ ମନ କହୁଛି ଯେ ଯାହା ଦେଖାଯାଉଛି ଏହା ତାହାଠୁ ଅଧିକ ଗମ୍ଭୀର।’
ଏହା ପୂର୍ବରୁ ଶେଖର ସୁମନ ଇଣ୍ଡଷ୍ଟ୍ରିର ଲୋକଙ୍କୁ ଟାର୍ଗେଟ୍ କରିଥିଲେ। ସେ ଟ୍ବିଟରେ ଲେଖିଥିଲେ ଯେ-‘ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ବାଘ ହେଉଥିବା କାପୁରୁଷ ଆଜି ସୁଶାନ୍ତଙ୍କ ପ୍ରଶଂସକଙ୍କ ଭୟରେ ମୂଷା ହୋଇ ବିଲରେ ପଶି ଯାଇଛନ୍ତି। ମୁଖା ଖସି ଯାଇଛି। ବିହାର ଏବଂ ଭାରତ ଚୁପ୍ ବସିବ ନାହିଁ ଯେତେ ଦିନ ଯାଏଁ ଦୋଷୀଙ୍କୁ ଦଣ୍ଡ ମିଳିନାହିଁ। ବିହାର ଜିନ୍ଦାବାଦ।