‘ଆଗକୁ ମହାରାଷ୍ଟ୍ରରେ ବଢ଼ିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା’


ମୁମ୍ୱାଇ: ଜୁନ୍ ୩୦ରେ ଶେଷ ହେଉଛି ଅନଲକ୍ ଓ୍ୱାନର ଅବଧି। ତେବେ ଏହି ଅବଧି ପରେ ବି ଜାରି ରହିବ ଲକଡାଉନ୍ । ସ୍ଥିତି ଦେଖି ଧୀରେ ଧୀରେ ନିୟମ କୋହଳ ହେବ। କାରଣ ଅର୍ଥନୀତି ନଖୋଲିଲେ ସ୍ଥିତି ଆହୁରି ସଙ୍ଗୀନ ହେବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ୱୋଧନ କରି ଏହା କହିଛନ୍ତି। ସେହିପରି ଆଗାମୀ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ଆକଳନ କରିଛନ୍ତି ଉଦ୍ଧବ।
ଜୁନ୍ ୩୦ ଯାଏ ଅନଲକ ଓ୍ୱାନ ଅବଧି ରହିଛି। ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ୍ ଜାରି ରଖିଛନ୍ତି। ଏବେ ଧୀରେ ଧୀରେ ସମସ୍ତ ସଂସ୍ଥା ଖୋଲୁଛି। ତେବେ ରାଜ୍ୟରେ ଏବେ ଲକଡାଉନ୍ ଶେଷ ହେବ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ଲକଡାଉନ୍ ଜାରି ରହିବ। ସ୍ଥିତିରେ ପରିବର୍ତ୍ତନ ହେଲେ ନିୟମ ମଧ୍ୟ ବଦଳିବ ବୋଲି ରାଜ୍ୟବାସୀଙ୍କୁ ସମ୍ୱୋଧନ କରିବାକୁ ଯାଇ ଉଦ୍ଧବ କହିଛନ୍ତି କହିଛନ୍ତି।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଗକୁ ବଢ଼ିବ। ଏହାକୁ ନଜରରେ ରଖି ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବଢ଼ାଇ ଦିଆଯାଇଛି। ପ୍ଲାଜମା ଥେରାପୀକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ତେବେ ଯେଉଁମାନେ କରୋନାରୁ ଆରୋଗ୍ୟ ହୋଇଛନ୍ତି ସେମାନେ ତାଙ୍କର ପ୍ଲାଜମା ଦେବା ଦରକାର। ଏହାଦ୍ୱାରା ଆକ୍ରାନ୍ତଙ୍କ ମୃତ୍ୟୁ ହାର କମିବ। ପ୍ଲାଜମା ଥେରାପୀରେ ୧୦ ଜଣରୁ ୯ ଜଣ ଆରୋଗ୍ୟ ହେଉଥିବା ସେ କହିଛନ୍ତି।
ଆହୁରି ପଢ଼ନ୍ତୁ
କରୋନା ଭୟରେ ୫୫ ବର୍ଷରୁ ଅଧିକ ବୟସର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଘରୁ ବାହାରୁ ନାହାନ୍ତି। ଏମାନଙ୍କୁ ଆହ୍ୱାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏଭଳି ସ୍ଥିତିରେ ଆପଣଙ୍କର ଅଭିଜ୍ଞତାର ଆବଶ୍ୟକତା ରହିଛି। ସାରା ରାଜ୍ୟ ଆପଣଙ୍କ ସହିତ ରହିଛି ବୋଲି ଉଦ୍ଧବ କହିଛନ୍ତି।
ସେହିପରି ଆଗକୁ ଗଣେଶ ପୂଜା ରହିଛି। ଏହାକୁ ନଜରରେ ରଖି ଉଦ୍ଧବ ଠାକରେ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ତିଆରି ନକରିବାକୁ ଆୟୋଜକଙ୍କୁ କହିଛନ୍ତି। ଅଧିକରୁ ଅଧିକ ଲୋକ ନଆସିବ ଦରକାର ସେହିପରି ଭସାଣି ବେଳେ ଭିଡ ନହେବା ଦରକାର ବୋଲି ଉଦ୍ଧବ କହିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]






