ଦାର୍ଜିଲିଂରେ ଛାତ୍ରୀକୁ କରିଥିଲେ ଯୌନଶୋଷଣ

ସତ୍ୟଶିଖା (କଲିକତା) ୧୬ /୧୦/୨୦୨୦ : ଦାର୍ଜିଲିଂରୁ ଏକ ଅଜବ ପ୍ରକାର ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷକକୁ ଗିରଫ କରିଛି ପୋଲିସ । ତେବେ ଏ ଯୌନ ଶୋଷଣ ଓ ଶାରିରୀକ ଉତ୍ପୀଡନ ମାମଲା ୨୩ ବର୍ଷ ପୁରୁଣା । ଗତ ବର୍ଷ ଅଭିଯୋଗ କରିଥିବା ଯୁବତୀଙ୍କ ବୟସ ସେତେବେଳେ ଥିଲା ୧୪ ବର୍ଷ ।୩୭ ବର୍ଷର ଏ ମହିଳା ଜଣକ ହଂଙ୍ଗକଂଙ୍ଗରେ ଫିନ୍ସା ଓକିଲ ରହିଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ ଶିକ୍ଷକ ଜିତେଶ ଓଝା ୨୦ ବର୍ଷରେ ୨୦ରୁ ଅଧିକ ସ୍କୁଲରେ ପାଠ ପଢ଼ାଇ ସାରିଛନ୍ତି । ସେ ଜଣେ ସରିଏଲ ମୋଲଷ୍ଟର। କିଛି ବର୍ଷ ମଧ୍ୟରେ ସେ ଏକାଧିକ ଝିଅଙ୍କୁ ଶାରୀରିକ ଶୋଷଣ କରିଛନ୍ତି ।
ଏ ମାମଲା ମି ଠୁ ଅଭିଯାନ ମାଧ୍ୟମରେ ସାମ୍ନାକୁ ଆସିଥିଲା । ଏ ଅଭିଯାନ ବେଳେ ବଡ଼ ବଡ଼ ଲୋକଙ୍କ ଉପରେ ମଧ୍ୟ ଯୌନ ଉତ୍ପୀଡନ ଅଭିଯୋଗ ଲାଗିଥିଲା । ଗତବର୍ଷ ଜଣେ ମହିଳା ଦାର୍ଜିଲିଂ ସଦର ଥାନାରେ ଇମେଲ କରିଥିଲେ । ଏଥିରେ ସେ ଜିତେଶ ଓଝାଙ୍କ ଉପରେ ଅଭିଯୋଗ ଲଗାଇ ଥିଲେ । ସେ ତାଙ୍କୁ ଟ୍ୟୁସନ କରୁଥିଲେ । ଆଉ ସେତେବେଳେ ସେ ଥରେ କି ଦ’ଥର ନୁହେଁ ଏକାଧିକଥର ତାଙ୍କୁ ଯୌନ ଶୋଷଣ କରିଥିଲେ । ଗତବର୍ଷ ସେପ୍ଟେମ୍ବରର ଏ ମେଲ ପରେ ପୋଲିସ ତଦନ୍ତ ଆରମ୍ଭ କରି ପ୍ରମାଣ ଏକଜୁଟରେ ଲାଗିଥିଲା । ତଦନ୍ତ ପରେ ପୋଲିସ୍ ଜିତଶେକୁ ତାର ସିଲିଗୁଡ଼ି ବାସଭବନରୁ ଗିରଫ କରିଛି । ପୋଲିସ୍ କହିଛି ୪୬ ବର୍ଷୀୟ ଜିତେଶ ବିବାହିତ ଓ ତାଙ୍କର ଗୋଟିଏ ପିଲା ମଧ୍ୟ ଅଛି ।