ସତ୍ୟଶିଖା(ବଣାଇ) ୧୪.୧୨.୨୦୨୧: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସ୍ୱପ୍ନେଶ୍ଵରୀ ମୁଣ୍ଡା। ସ୍ୱପ୍ନେଶ୍ଵରୀ ଲହୁଣୀ ପଡା କଲେଜରେ ଯୁକ୍ତ ତିନିର ଛାତ୍ରୀ ଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସ୍ୱପ୍ନେଶ୍ଵରୀ ରୋଷେଇ ଘରେ ଜଳୁଥିବା ଡିବିରିକୁ ନିଜ ରୁମକୁଧରି ଆଣୁଥିଲେ। ଏହି ସମୟରେ ହଠାତ୍ ଡିବିରିରୁ ନିଆଁ ତାଙ୍କ ଡ୍ରେସରେ ଲାଗିଯାଇଥିଲା। ସେ ଜୋରରେ ଚିତ୍କାର କରିଥିଲେ। ପରିବାର ଲୋକେ ସ୍ୱପ୍ନେଶ୍ଵରୀଙ୍କ ପାଟି ଶୁଣି ଆସି ନିଆଁକୁ ଲିଭାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।