

ସତ୍ୟଶିଖା ( ଫତେହାବାଦ ) ୦୮ /୦୯ /୨୦୨୧: ହରିୟାଣା ଫତେହାବାଦ ଜିଲ୍ଲାରେ ଜଣେ ଛାତ୍ରର ଦୁଷ୍ଟାମୀ ଯୋଗୁଁ ଶ୍ରେଣୀର ସବୁ ଛାତ୍ରଙ୍କୁ ଦଣ୍ଡ ମିଳିଛି। ଶିକ୍ଷକ ଛାତ୍ରଙ୍କୁ ବାଡ଼ିରେ ବଦେଇଛନ୍ତି। ଛାତ୍ରଙ୍କ ପରିବାର ଲୋକେ ଏଥିରେ ରାଗିଯାଇ ପିଲାଙ୍କ ଚିକିତ୍ସା କରିଛନ୍ତି ଓ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ କରୁଛି।
ଗୁରୁଦିବସର ଦିନେ ପରେ ବରିଷ୍ଠ ରାଜକୀୟ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଜଣେ ଛାତ୍ରର ଦୁଷ୍ଟାମୀ ଯୋଗୁଁ ଶ୍ରେଣୀର ସବୁ ଛାତ୍ରଙ୍କୁ ଦଣ୍ଡ ଭୋଗିବାକୁ ପଡିଛି। ଶିକ୍ଷକ ଶ୍ରେଣୀର ସବୁ ପିଲାଙ୍କୁ ବାଡ଼ିରେ ପିଟିଛନ୍ତି। ଛାତ୍ରର ଅଣ୍ଟା, ହାତ, ପିଠିରେ ମାଡ ଚିହ୍ନ ମଧ୍ୟ ଅଛି। ଫଳରେ ଛାତ୍ରଙ୍କ ପରିବାର ଲୋକେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ଘଟଣା ପରେ ଛାତ୍ରଙ୍କ ମଧ୍ୟରେ ସ୍କୁଲ ଯିବାକୁ ନେଇ ଭୟ ରହିଛି।
ଛାତ୍ରମାନେ କହିଛନ୍ତି ସକାଳେ କ୍ଲାସ ସମୟରେ ମହିଳା ଅଧ୍ୟାପକ ପଢ଼ିବାକୁ ଯେମିତି ଶ୍ରେଣୀଗୃହରେ ପ୍ରବେଶ କଲେ ପଛରେ ବସିଥିବା ଜଣେ ଛାତ୍ର ସିଟି ମାରିଦେଇଥିଲା। ଫଳରେ ଅଧ୍ୟାପିକା ପିଟିଆଇ ରଜନୀ, କମ୍ୟୁଟେର ଆଟେଣ୍ଡାଣ୍ଟ ମାଙ୍ଗେରାମ ଓ ଶିକ୍ଷକ ଚରଣଜିତ ସିଂହ ବାଡ଼ିରେ ସବୁ ପିଲାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ଆରମ୍ଭ କରିଦେଲେ। ଅନେକ ଛାତ୍ର ଆହତ ହୋଇଥିଲେ। କିଛି ଛାତ୍ରଙ୍କ ମୁଣ୍ଡ ମଧ୍ୟ ବୁଲାଇଥିଲା। ଛାତ୍ରମାନେ କହିଛନ୍ତି ଯେ ଅଧ୍ୟାପକଙ୍କ ମଧ୍ୟରେ କେହି ମଧ୍ୟ ସେମାନଙ୍କ କଥା ଶୁଣିନଥିଲେ ଓ ସେମାନଙ୍କୁ ନିରଧୁମ ପିଟିଲେ।