ଶିରିପୁରୁ ଶତାଦ୍ଦୀନଗର ନାଳରେ ଭାସିଗଲେ ଛାତ୍ର

ସତ୍ୟଶିଖା ( ଭୁବନେଶ୍ୱର ) ୧୯/୦୯ /୨୦୨୧: ରାଜଧାନୀରେ ଭାସିଗଲେ ଛାତ୍ର । ପ୍ରବଳ ବର୍ଷାରେ ହେତୁ ଡ୍ରେନରେ ଭାସିଗଲେ ଛାତ୍ର । ପିଲାଟିର ନାମ ଜ୍ୟୋତି ପ୍ରକାଶ ବେହେରା । ଡ୍ରେନ ନିକଟରୁ ତାଙ୍କ ସାଇକେଲ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ନାଳରେ ଛାତ୍ର ଜଣକ ଭାସି ଯାଇଛନ୍ତି । ଟ୍ୟୁସନ ଯାଉଥିବା ବେଳେ ସେ ନାଳରେ ଭାସି ଯାଛନ୍ତି ।

ଏ ସମ୍ପର୍କରେ ତାଙ୍କ ପିଉସା କହିଛନ୍ତି ଯେ, ଏହି ଖୋଲା ନାଳ ପାଖ ଦେଇ ତାଙ୍କ ପୁତୁରା(ଭାସିଯାଇଥିବା ଛାତ୍ର) ସବୁଦିନ ଟ୍ୟୁସନ ଯାଅନ୍ତି। ଆଜି ମଧ୍ୟ ଟିଉସନ୍ ଯାଉଥିଲା ବେଳେ ପ୍ରବଳ ବର୍ଷାରେ ପୂରି ଊଠିଥିବା ନାଳ ପାଖରେ ସାଇକେଲ ନେଇ ଯାଉଥିଲେ। ହେଲେ ଅସାବଧାନତା ବଶତଃ ସେ ନାଳରେ ଭାସି ଯାଇଛନ୍ତି । ତାଙ୍କ ସାଇଲେଲ ଓ ପଟେ ଚପଲ ପାଇଛନ୍ତି ସ୍ଥାନୀୟ ଲୋକେ ।

 

Exit mobile version