ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ଗୁରୁବାର ସେୟାର ବଜାରରେ ସେନସେକ୍ସ ଏବଂ ନିଫ୍ଟି ଅଚାନକ ବୃଦ୍ଧି ପାଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ ୪୯୯.୫୧ ପଏଣ୍ଟ ବୃଦ୍ଧି ପାଇ ୪୧୧୧୫.୬୫ରେ ପହଞ୍ଚିଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ବୃଦ୍ଧି ପାଇ ୧୪୩.୮୦ ପଏଣ୍ଟ ବୃଦ୍ଧି ପାଇ ୧୨୦୫୨.୩୦ରେ ପହଞ୍ଚିଛି । ବୁଧବାର ସାରା ବିଶ୍ବରେ ବଜାର କାରବାର ବୃଦ୍ଧି ପାଇବା ଫଳରେ ସେନସେକ୍ସ ଏବଂ ନିଫ୍ଟି ବୃଦ୍ଧି ପାଇଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସେୟାର ବଜାରରେ ଡାଉ ଜୋନ୍ସ ୩୬୭.୬୩ ପଏଣ୍ଟ ବୃଦ୍ଧି ପାଇ ୨୭୮୪୭.୭୦ରେ ପହଞ୍ଚିଛି । ସେହିଭଳି ନେନ୍ସଡେକ୍ ଇଣ୍ଡେକ୍ସ ୪୯୭.୧୧ ପଏଣ୍ଟ ବୃଦ୍ଧି ପାଇ ୧୧.୭୭୭.୦୦ରେ ପହଞ୍ଚିଛି ଏବଂ S & P ଇଣ୍ଡେକ୍ସ ୭୪.୨୮ ପଏଣ୍ଟ ବୃଦ୍ଧି ପାଇ ୩୪୪୩.୪୪ରେ ପହଞ୍ଚିଛି ।
ଭାରତର ଆଗଧାଡିର ନିବେଶକମାନଙ୍କ ତଥ୍ୟ ଦେଖିବାକୁ ଗଲେ କେବଳ ହିରୋ ମୋଟୋକର୍ପକୁ ବାଦ ଦେଇ ଅନ୍ୟ ସମସ୍ତ ନିବେଶକଙ୍କ ସୂଚକାଙ୍କ ଭାରି ମାତ୍ରାରେ ବୃଦ୍ଧି ପାଇଛି । ଏସ.ବି.ଆଇ, ଏଚସିଏଲ୍ ଟେକ୍, ହିଣ୍ଡାଲକୋ, ଇଣ୍ଡସଇଂଣ୍ଡ ବ୍ୟାଙ୍କ ଏବଂ ରିଲାଏନ୍ସ ଭଳି ନିବେଶକଙ୍କ ସେୟାର ବଜାର ବ୍ୟାପକ ଭାବେ ବୃଦ୍ଧି ପାଇଛି ।