ଅପରାଧନ୍ୟୁଜ୍ରାଜ୍ୟ

ରାଜଧାନୀରୁ କୋକେନ ଜବତ ହେବା ଘଟଣା, ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ଏସଟିଏଫ

ସତ୍ୟଶିଖା( ଭୁବନେଶ୍ୱର)୧୯.୦୪.୨୦୨୨:   ରାଜଧାନୀରୁ କୋକେନ ଜବତ ହେବା ଘଟଣା । ୨ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଏସଟିଏଫ । ୨ ଅଭିଯୁକ୍ତ ସନି ଓ ରବିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସଟିଏଫ ।

ରିମାଣ୍ଡ ବେଳେ ଅଭିଯୁକ୍ତଙ୍କ ସହ ଅନ୍ୟ କିଏ କିଏ ସମ୍‌ପୃକ୍ତ ଅଛନ୍ତି ସେନେଇ ପଚରାଉଚରା କରୁଛି ଏସଟିଏଫ । ଖାସ କରି ସାଉଥଆଫ୍ରିକା ଓ ଦିଲ୍ଲୀର ତୁର୍କମାନ ଲିଙ୍କ ନେଇ ପଚରାଉଚରା ଏସଟିଏଫ କରୁଛି ।

ଗତ ୧୨ ତାରିଖରେ ଭୁବନେଶ୍ୱର ଜାଭିୟର ଛକରୁ ୨୦୨ ଗ୍ରାମ କୋକେନ ଜବତ କରିଥିଲା ଏସଟିଏଫ । ତେବେ ଓଡିଶାରୁ କୋକେନ ଜବତ ହେବା ଘଟଣା ଏହା ପ୍ରଥମ ଅଟେ ।

ପୂର୍ବରୁ କୋକେନ୍ ମିଳିବା ନେଇ ଏସଟିଏଫର ଚାଞ୍ଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପ ପାଇଁ ହୋଇଥାନ୍ତା କୋକେନ ପାର୍ଟି । ବିଦେଶୀ ଦର୍ଶକଙ୍କୁ ବିକ୍ରି ପାଇଁ ଚାଲିଥିଲା ମସୁଧା । ବିଦେଶୀ ଓ ଖେଳାଳି ରହୁଥିବା ହୋଟେଲ ସହ ଯୋଗାଯୋଗ ହୋଇଥାନ୍ତା ।

ତେବେ ଦିଲ୍ଲୀରୁ ଓଡିଶାକୁ ସପ୍ଲାଇ ହେଉଛି କୋକେନ ବୋଲି ଏସଟିଏଫ କହିଛି । ରାଜସ୍ଥାନରେ ହୋଟେଲ ଓ ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ ଚଳାଉଥିଲେ । ସେମାନଙ୍କ ଠାରୁ ଦକ୍ଷିଣ ଆଫ୍ରିକା ନୋଟ ମଧ୍ୟ ଜବତ ହୋଇଛି ।

Show More
Back to top button