ସତ୍ୟଶିଖା (ଭୁବନେଶ୍ୱର) ୦୮/୧୨/୨୦୨୦ : ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି । ୧୦ଟି ଜିଲ୍ଲା ଘନ କୁହୁଡ଼ିରେ ଆଚ୍ଛାଦିତ ହେବ । ମଙ୍ଗଳବାର ଭୋର ଓ ସକାଳେ ବରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେଉଛି । ଏପରିକି ୫୦ ମିଟର ଦୂରତା ମଧ୍ୟ ଠିକ୍ ଭାବେ ଦୃଶ୍ୟମାନ ହେଉନଥିଲା ।
କୁହୁଡିରେ ଘେରି ରହିବ ରାଜ୍ୟ ୧୦ ତାରିଖ ଯାଏଁ
