ରାଜ୍ୟ

କୁହୁଡିରେ ଘେରି ରହିବ ରାଜ୍ୟ ୧୦ ତାରିଖ ଯାଏଁ

ସତ୍ୟଶିଖା (ଭୁବନେଶ୍ୱର) ୦୮/୧୨/୨୦୨୦ : ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି । ୧୦ଟି ଜିଲ୍ଲା ଘନ କୁହୁଡ଼ିରେ ଆଚ୍ଛାଦିତ ହେବ  । ମଙ୍ଗଳବାର ଭୋର ଓ ସକାଳେ ବରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେଉଛି । ଏପରିକି ୫୦ ମିଟର ଦୂରତା ମଧ୍ୟ ଠିକ୍‌ ଭାବେ ଦୃଶ୍ୟମାନ ହେଉନଥିଲା ।ସ୍ୱତନ୍ତ୍ର ରିଲିଫ୍‌ କମିଶନର ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାର ଜିଲ୍ଲାପାଳ ସମେତ ପରିବହନ କମିଶନର ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସତର୍କ ରହିବା ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘନ କୁହୁଡ଼ି ବେଳେ ବିଭିନ୍ନ ରାଜପଥରେ  ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ  ମଧ୍ୟ ପରାମର୍ଶ ଦିଆଯାଇଛି ।ପାଣିପାଗ ବିଭାଗର ସୂଚନାନୁସାରେ , ମଙ୍ଗଳବାର ସକାଳେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହୋଇପାରେ । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।

Show More
Back to top button