ସତ୍ୟଶିଖା ୧୧/୧୧/୨୦୨୦ : ରାଜ୍ୟରେ ଲଗାତାର ୫ ଦିନ ଧରି ତାପମାତ୍ରା ଖସିବାରେ ଲାଗିଛି । ଫେବୃଆରୀ ମାସର ଶୀତ ଏବେଠାରୁ ଅନୁଭୂତ ହେଲାଣି । କିଛି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ଅନ୍ୟ କେତେକ ସ୍ଥାନର ପାରଦ ୫ ଡିଗ୍ରି ପର୍ଯ୍ୟନ୍ତ ଖସିଛି । ତେବେ ଆସନ୍ତା ୨୪ ଘଣ୍ଟାରେ ପୁଣି ସ୍ବାଭାବିକ ସ୍ତରକୁ ଆସିଯିବ ରାଜ୍ୟର ତାପମାତ୍ରା । ରାଜ୍ୟକୁ ପୂର୍ବ ତରଙ୍ଗାୟିତ ପବନର ପ୍ରବାହ ଫଳରେ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଆସନ୍ତା ୨୪ ଘଣ୍ଟାରେ ପୁଣି ସ୍ବାଭାବିକ ସ୍ତରକୁ ଆସିବ ରାଜ୍ୟର ତାପମାତ୍ରା !
