ନ୍ୟୁଜ୍ରାଜନୀତିରାଜ୍ୟ

ଧାମନଗର ଉପନିର୍ବାଚନ: ଆଜିଠୁ ପ୍ରଚାର ଆରମ୍ଭ, ମଇଦାନରେ ୫ ପ୍ରାର୍ଥୀ

ସତ୍ୟଶିଖା(   ଭଦ୍ରକ  )୧୮.୧୦.୨୦୨୨: ଧାମନଗର ଉପନିର୍ବାଚନ ପାଇଁ ଅଙ୍କକଷା ସରିଥିବା ବେଳେ ଏବେ ଭୋଟ ମାଗିବାର ବେଳ । ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି।

୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ମଇଦାନରେ ଥିବା ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ପ୍ରାର୍ଥୀ ପ୍ରଚାରରେ ଲାଗି ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବିଜେଡିର ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସବୁଠି ଚର୍ଚ୍ଚା ।

ପ୍ରଚାରରେ ସବୁଠୁ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ  । ନାମାଙ୍କନ ପତ୍ର ଦାଖଲ ପରଠାରୁ ସେ ଗାଁ ଗାଁ, ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଦଳୀୟ କର୍ମୀ ଓ ନେତା ପ୍ରତ୍ୟେକ ପଞ୍ଚାୟତରେ ରହି ପ୍ରଚାର ଚଳାଇଛନ୍ତି । ଅବନ୍ତୀ ନିଜେ ବିଭିନ୍ନ ସ୍ଥାନରେ ସଭା ସମିତି କରି ଭୋଟ୍ ମାଗୁଛନ୍ତି  ।

Show More
Back to top button