ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ସର୍ବାଧିକ ୨୪୯୬ କରୋନା ଆକ୍ରାନ୍ତ ଚିହ୍ନଟ l

ସତ୍ୟଶିଖା ୧୫ .୦୮.୨୦୨୦ :  ରାଜ୍ୟରେ ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ । ସାଙ୍ଘାତିକ ହେଲାଣି ଅଗଷ୍ଟ ମାସ। ରାଜ୍ୟରେ ଆଜି ସର୍ବାଧିକ ୨୪୯୬ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମଧ୍ୟରୁ ୧୫୯୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୯୦୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁଯାୟୀ, ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 327, ଅନଗୁଳରୁ 12, ବାଲେଶ୍ଵରରୁ 165, ବରଗଡ଼ରୁ 36, ଭଦ୍ରକରୁ 102, ବଲାଙ୍ଗିରରୁ 92, ବୌଦ୍ଧରୁ 115, କଟକରୁ 128, ଢେଙ୍କାନାଳରୁ 69, ଗଜପତିରୁ 68, ଜଗତସିଂହପୁରରୁ 14, ଯାଜପୁରରୁ 11, ଝାରସୁଗୁଡ଼ାରୁ 19, କଳାହାଣ୍ଡିରୁ 42, କନ୍ଧମାଳରୁ 98, କେନ୍ଦ୍ରାପଡ଼ାରୁ 13, କେଉଁଝରରୁ 51, ଖୋର୍ଦ୍ଧାରୁ 378, କୋରାପୁଟରୁ 133, ମାଲକାନାଗିରିରୁ 73, ମୟୁରଭଞ୍ଜରୁ 23, ନବରଙ୍ଗପୁରରୁ 11, ନୟାଗଡ଼ରୁ 4, ନୂଅାପଡ଼ାରୁ 16, ପୁରୀରୁ 93, ରାୟଗଡ଼ାରୁ 146, ସମ୍ବଲପୁରରୁ 81, ସୋନପୁରରୁ 20, ସୁନ୍ଦରଗଡ଼ରୁ 156 ଜଣ ରହିଛନ୍ତି।

ଏହି କ୍ରମରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬ରେ ପହଞ୍ଚିଛି । ରାଜ୍ୟରେ ଏବେ ୧୭,୫୩୫ଟି ସକି୍ରୟ ମାମଲା ରହିଥିବା ବେଳେ ମୋଟ୍ ୩୯,୨୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୩୩୩ ଜଣଙ୍କର ମୃତ୍ୟୁ ହୋଇଛି ।

Show More
Back to top button