ରାଜ୍ୟରେ ୨୪ ଘଣ୍ଟାରେ ୨୧୧୦ ଆକ୍ରାନ୍ତ ଚିହ୍ନଟ ରାଜ୍ୟ

ସତ୍ୟଶିଖା(ଭୁବନେଶ୍ୱର) ୧୫.୦୭.୨୦୨୧: ଆଜି ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୧ଶହ ୧୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୨ଶହ ୧୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୯୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୮ ଓ କଟକରୁ ଚିହ୍ନଟ ହୋଇଛନ୍ତି ୩୨୩ ପଜିଟିଭ୍ ।

ବାଲେଶ୍ୱରରୁ ୧୬୮, କେନ୍ଦ୍ରାପଡ଼ାରୁ ୧୩୨ ଓ ପୁରୀରୁ ୧୧୩ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ୨୫ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ଦେବଗଡ଼, କଳାହାଣ୍ଡି, ନୂଆପଡ଼ା ଓ ସୋନପୁର ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

୨୪ ଘଣ୍ଟାରେ ରାଜ୍ୟରେ ୭୨ହଜାର ୩୨୨ କୋଭିଡ୍ ଟେଷ୍ଟ କରାଯାଇଛି । ପଜିଟିଭ୍ ହାର ରହିଛି ୨.୯୧ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୪୭ହଜାର ୮୫୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୨୦ହଜାର ୬୪୬ ଆକ୍ରାନ୍ତ । ଏବେ ରାଜ୍ୟରେ ୨୨ହଜାର ୨୯୯ ଆକ୍ଟିଭ୍ କେସ୍ ରହିଛି ।

Exit mobile version