ଦେଶ

ଲକ୍‌ଡାଉନ୍‌: ବିନା ଖାଦ୍ୟରେ ୧୩୫ କିମି ଚାଲିଲେ

ନାଗପୁର: କରୋନାକୁ ଲଗାମ ଦେବାପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ୍‌। ଏହି କାରଣରୁ ଜଣେ ୨୬ ବର୍ଷ ବୟସ୍କ ଯୁବକ ମହାରାଷ୍ଟ୍ରର ନାଗପୁରଠାରୁ ନିଜ ଗାଁ ଚନ୍ଦରପୁରଯାଏ ୧୩୫ କିଲୋମିଟର ଚାଲି ଚାଲି ଯାଇଛନ୍ତି। ଏହି ସମୟରେ ସେ ଭୋକିଲା ଥିବା ସୂଚନା ମିଳିଛି।

ଲକ୍‌ଡାଉନ୍‌ ପରେ ନିଜ ଅତ୍ୟାବଶ୍ୟକ ସାମାଗ୍ରୀ ମିଳିବାରେ ସମସ୍ୟା ନେଇ ଡରିଯାଇଥିବାରୁ ନରେନ୍ଦ୍ର ଶେଲକେ ନାମକ ଏହି ଯୁବକ ଗାଁକୁ ଚାଲିଆସିଛନ୍ତି। ସେ ପୂର୍ବରୁ ପୁଣେରେ କାମ କରୁଥିଲେ। ଏବେ ଚାଲି ଚାଲି ଚନ୍ଦରପୁର ଜିଲ୍ଲାର ଜାମ୍ଭ ଗାଁରେ ପହଞ୍ଚିଯାଇଛନ୍ତି।

ଆହୁରି ପଢ଼ନ୍ତୁ

ଶେଲକେ ଶେଷ ଥର ପାଇଁ ପୁଣେରୁ ନାଗପୁରଯାଏ ଟ୍ରେନ୍‌ରେ ଯାଇପାରିଥିଲେ। ଏହାପରେ କଟକଣା କାରଣରୁ ଟ୍ରେନ୍‌ ଓ ଅନ୍ୟ ଗାଡ଼ ଚଳାଚଳ ବନ୍ଦ ହୋଇଯାଇଥିଲା। ଆଉ କିଛି ଉପାୟ ନପାଇ ସେ ଚାଲିବା ଆରମ୍ଭ କରିଥିଲେ। ଖାଇବା ପାଇଁ କିଛି ନଥିବାରୁ ପାଣି ପିଇ ପିଇ ଏତକ ବାଟ ଚାଲିଥିଲେ। ଏମିତି ଦୁଇଦିନ ତାଙ୍କୁ ଚାଲିବାକୁ ପଡ଼ିଥିଲା।

ଶେଷରେ ବୁଧବାର ରାତିରେ ପୁଲିସ୍‌ ତାଙ୍କୁ ଠାବ କରିଥିଲା। ସେତେବେଳକୁ ସେଲକେଙ୍କ ଅବସ୍ଥା ନିସ୍ତେଜ ପ୍ରାୟ। ପୁଲିସ୍‌ ତାଙ୍କୁ ଏପରି କର୍ଫ୍ୟୁ ଉଲ୍ଲଂଘନ କରିବାର କାରଣ ପଚାରିବାରୁ ସେ ପୁରା ଘଟଣା ବଖାଣିଛନ୍ତି। ତୁରନ୍ତ ଶେଲକେଙ୍କୁ ସିନ୍ଦେୱାହିର ଏକ ହସ୍ପିଟାଲ ନିଆଯାଇଥିଲା। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ବର୍ତ୍ତମାନ ସବୁଠାରୁ ଅଧିକ ପ୍ରଭାବିତ କରିଛି।

[ad_2]
Show More
Back to top button