ରାଜ୍ୟରେ କରୋନା ନେଲାଣି ୯୦୭୯ ଜୀବନ

ସତ୍ୟଶିଖା( ଭୁବନେଶ୍ୱର )୦୧.୦୩.୨୦୨୨ :ରାଜ୍ୟରେ କରୋନା ଯୋଗୁ ଏପର୍ଯ୍ୟନ୍ତ ୯ ହଜାର ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି। ଆଉ ୮ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ସ୍ପଷ୍ଟ କରିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ବରଗଡ଼ର ଜଣେ ୮୪ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ଜଣେ ୬୫ ବର୍ଷୀୟ ମହିଳା, ୬୭ ବର୍ଷୀୟ ପୁରୁଷ, ୫୯ ବର୍ଷୀୟ ମହିଳା, ଦେଓଗଡ଼ର ଜଣେ ୪୫ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ଜଣେ ୬୦ ବର୍ଷୀୟ ପୁରୁଷ, ନୟାଗଡ଼ର ଜଣେ ୫୫ ବର୍ଷୀୟ ମହିଳା ଓ ସୁନ୍ଦରଗଡ଼ର ଜଣେ ୫୫ ବର୍ଷୀୟ ପରୁଷ ଥିବା ଜଣାପଡିଛି। ସମସ୍ତ ମୃତକ କରୋନା ସହ ଅନ୍ୟାନ୍ୟ ଜଟିଳ ରୋଗରେ ମଧ୍ୟ ପୀଡିତ ଥିଲେ।

Exit mobile version