ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୧୦,୪୮୯ ପଜିଟିଭ୍

ସତ୍ୟଶିଖା(ଭୁବନେଶ୍ୱର ) ୧୭ .୦୧.୨୦୨୨ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର  ୯୮୨ ଜଣ ଅଛନ୍ତି। ୧୦,୪୮୯ ଜଣଙ୍କ ମଧ୍ୟରୁ ୬,୦୮୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୪୦୭ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୯୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୭, କଟକରୁ ୭୮୬,ଷ୍ଟେଟପୁଲରୁ ୭୦୭, ବାଲେଶ୍ୱରରୁ ୪୩୩, ସମ୍ବଲପୁରରୁ ୩୮୭, ମୟୂରଭଞ୍ଜରୁ ୩୮୩, ରାୟଗଡ଼ାରୁ ୨୫୩, ବଲାଙ୍ଗିରରୁ ୨୩୮, ଝାରସୁଗୁଡ଼ାରୁ ୨୨୫, ଜଗତସିଂହପୁରରୁ ୨୦୭, ପୁରୀରୁ ୧୯୮, ଯାଜପୁରରୁ ୧୯୫, ନୟାଗଡ଼ରୁ ୧୯୩, ବରଗଡ଼ରୁ ୧୬୬, ସୁବର୍ଣ୍ଣପୁରରୁ ୧୬୩, କଳାହାଣ୍ଡିରୁ ୧୬୩, କୋରାପୁଟରୁ ୧୬୨, ନବରଙ୍ଗପୁରରୁ ୧୫୯,ଅନୁଗୁଳରୁ ୧୫୮, ଭଦ୍ରକରୁ ୧୧୮, ଗଜପତିରୁ ୧୦୯, ନୂଆପଡ଼ାରୁ ୧୦୮, କେନ୍ଦୁଝରରୁ ୧୦୫  ଓ ଗଞ୍ଜାମରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ବୌଦ୍ଧରୁ ୮୫, ଦେବଗଡ଼ ୪୪, ଢେଙ୍କାନାଳ ୭୦, କନ୍ଧମାଳ ୫୬,କେନ୍ଦ୍ରାପଡ଼ା ୯୦ ଓ ମାଲକାନଗିରିରୁ ୫୫ ଜଣ ପିଜିଟିଭ ଚିହ୍ନଟ ହୋଇଛନ୍ତି।

Show More
Back to top button