କମିବ ସମୟ, ବଢ଼ିବ କାର୍ଯ୍ୟ ଦକ୍ଷତା , AIର ଉପଯୋଗ କରିବେ ରାଜ୍ୟ ସରକାର ।

ସତ୍ୟଶିଖା ୧୩/୦୯/୨୦୨୫: ପ୍ରଶାସନିକ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ଅଧିକ କୁଶଳୀ ହେବା ଲାଗି AI ଉପକରଣ କିଣିବାକୁ କୁହାଯାଇଛି । ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନିକ ଢାଞ୍ଚାରେ କୃତ୍ରିମ ବୁଦ୍ଧିମତ୍ତା ବା AIର ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ସମସ୍ତ ବିଭାଗ AI ଉପକରଣ କିଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଶାସନିକ କ୍ଷମତା ଦିଆଯାଇଛି । ଏହା ସହିତ କାର୍ଯ୍ୟାନ୍ଵୟନ ବେଳେ କେତେକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ମଧ୍ୟ କୁହାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରି ସବୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ।

ଚିଠି ରେ କୁହାଯାଇଛି ଯେ, ପ୍ରତିଦିନ ସରକାରୀ କାର୍ଯ୍ୟରେ AIର ପ୍ରଣୟନ କରାଗଲେ କାର୍ଯ୍ୟ ସୁଗମ ହେବା ସହିତ ତଥ୍ୟ ଆଧାରିତ ନୀତି ନିର୍ଣ୍ଣୟ ସୁଦୃଢ଼ ହେବ । ତେଣୁ ସମସ୍ତ ବିଭାଗ ଗୋଟିଏ ଲେଖାଏଁ AI ଉପକରଣ କିଣିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।ଆହୁରି କୁହାଯାଇଛି, AI ବ୍ୟବହାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କର୍ମଚାରୀ ଏବଂ ଅଧିକାରୀଙ୍କର ଦକ୍ଷତା ବୃଦ୍ଧି କରିବା ସହିତ କାର୍ଯ୍ୟକୁ ତ୍ଵରାନ୍ଵିତ କରିବା । ତେବେ AI ଉପକରଣ ବ୍ୟବହାର ସମୟରେ କୌଣସି ଗୋପନୀୟ ତଥ୍ୟ ଯେପରି ବାହ୍ୟ ପ୍ଲାଟଫର୍ମରେ ଅପ୍‌ଲୋଡ୍ ନ ହେବ ସେଥିପ୍ରତି ଗୁରୁତ୍ଵ ଦେବାକୁ କୁହାଯାଇଛି ।

Exit mobile version