ସତ୍ୟଶିଖା (ନୂଆଦିଲ୍ଲୀ) ୪/୧୧/୨୦୨୦ : ସାରା ଦେଶରେ ପିଆଜ ଦର ଆକାଶ ଛୁଇଁଛି । ଉତ୍ତର ପ୍ରଦେଶର ଅନେକ ସହରରେ ପିଆଜ କିଲୋ ପ୍ରତି ୫୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର କାବୁ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଆଜ ବିକ୍ରି ପାଇଁ ଏକ ପଲିସୀ କରିଛନ୍ତି । ପଲିସୀ ଅନୁସାରେ କିଛି ଦିନ ଷ୍ଟକକୁ ରିହାତି ଦିଆଯାଇଛି । ନିୟମ ଅନୁସାରେ ପିଆଜ ଷ୍ଟକ ରଖିବାକୁ ହେବ। ଯଦି କୌଣସି ବ୍ୟବସାୟୀ ନିୟମ ଉଲଙ୍ଘନ କରନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାଛଡା ସରକାରୀ ନେଫେଡ଼ N.A.F.E.D ନଭେମ୍ବର ୨୦ ଯାଏଁ ୧୫ ହଜାର ଟନ ନାଲି ପିଆଜ ଯୋଗାଇବା ପାଇଁ ଶନିବାର ଦିନ ଆମଦାନୀକାରୀଙ୍କ ଠାରୁ ବିଡ୍ ନିମନ୍ତ୍ରଣ କରାଯାଇଥିଲା । ଆମଦାନୀକାରୀମାନେ ନଭେମ୍ବର ୪ ତାରିଖ ସୁଦ୍ଧା ସେମାନଙ୍କର ବିଡ୍ ଦାଖଲ କରିପାରିବେ । ଦେଶରେ ବୃଦ୍ଧି ପାଉଥିବା ପିଆଜ ଦର ଉପରେ ଅଙ୍କୁଶ ଲଗାଇବାକୁ ଓ ଘରୋଇ ବଜାରରେ ପିଆଜ ଉପଲବ୍ଧତା ବଢାଇବାକୁ N.A.F.E.D ଏହି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି । ସରକାରଙ୍କ ନିର୍ଦ୍ଦେଶାନୁସାରେ N.A.F.E.D ପିଆଜ ଷ୍ଟକ ରଖିଥାଏ । କିନ୍ତୁ ବର୍ତ୍ତମାନ ତାହା ଧୀରେ ଧୀରେ ସାରିବାକୁ ବସିଲାଣି ।
ରାଜ୍ୟର କିଛି ସହରରେ ହଠାତ ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏହିଭଳି ପଦକ୍ଷେପ ନିଆଯାଇଛି । ଖୁବ ଶୀଘ୍ର ଏହି ମାମଲାରେ ବିଜ୍ଞପ୍ତି ଜାରି କରାଯିବ । ଏହାପୂର୍ବରୁ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ର ସରକାର ଏ ସମ୍ପର୍କରେ ଆଡ଼ଭାଇଜାରୀ ଜାରି କରିଥିଲେ ।