ଖାଦ୍ୟଜୀବନମନ୍ତ୍ରଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ଦୀପାବଳି ପୂର୍ବରୁ ଆଳୁ-ପିଆଜ ଦର ନିୟନ୍ତ୍ରଣ କରିବାକୁ ଆକ୍ସନ୍ ମୋଡରେ ରାଜ୍ୟ ସରକାର

ସତ୍ୟଶିଖା (ନୂଆଦିଲ୍ଲୀ) ୪/୧୧/୨୦୨୦ : ସାରା ଦେଶରେ ପିଆଜ ଦର ଆକାଶ ଛୁଇଁଛି । ଉତ୍ତର ପ୍ରଦେଶର ଅନେକ ସହରରେ ପିଆଜ କିଲୋ ପ୍ରତି ୫୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର କାବୁ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଆଜ ବିକ୍ରି ପାଇଁ ଏକ ପଲିସୀ କରିଛନ୍ତି । ପଲିସୀ ଅନୁସାରେ କିଛି ଦିନ ଷ୍ଟକକୁ ରିହାତି ଦିଆଯାଇଛି । ନିୟମ ଅନୁସାରେ ପିଆଜ ଷ୍ଟକ ରଖିବାକୁ ହେବ। ଯଦି କୌଣସି ବ୍ୟବସାୟୀ ନିୟମ ଉଲଙ୍ଘନ କରନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାଛଡା ସରକାରୀ ନେଫେଡ଼ N.A.F.E.D  ନଭେମ୍ବର ୨୦ ଯାଏଁ ୧୫ ହଜାର ଟନ ନାଲି ପିଆଜ ଯୋଗାଇବା ପାଇଁ ଶନିବାର ଦିନ ଆମଦାନୀକାରୀଙ୍କ ଠାରୁ ବିଡ୍ ନିମନ୍ତ୍ରଣ କରାଯାଇଥିଲା । ଆମଦାନୀକାରୀମାନେ ନଭେମ୍ବର ୪ ତାରିଖ ସୁଦ୍ଧା ସେମାନଙ୍କର ବିଡ୍ ଦାଖଲ କରିପାରିବେ । ଦେଶରେ ବୃଦ୍ଧି ପାଉଥିବା ପିଆଜ ଦର ଉପରେ ଅଙ୍କୁଶ ଲଗାଇବାକୁ ଓ ଘରୋଇ ବଜାରରେ ପିଆଜ ଉପଲବ୍ଧତା ବଢାଇବାକୁ N.A.F.E.D ଏହି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି । ସରକାରଙ୍କ ନିର୍ଦ୍ଦେଶାନୁସାରେ N.A.F.E.D ପିଆଜ ଷ୍ଟକ ରଖିଥାଏ । କିନ୍ତୁ ବର୍ତ୍ତମାନ ତାହା ଧୀରେ ଧୀରେ ସାରିବାକୁ ବସିଲାଣି ।କେନ୍ଦ୍ର ସରକାର N.A.F.E.D ରୁ ଘରୋଇ ବଜାରରେ ଯୋଗାଣ ବଜାୟ ରଖିବା ପାଇଁ କହିଛନ୍ତି ଯେ ବଜାରରେ ହସ୍ତକ୍ଷେପ କରାଯାଇପାରିବ । N.A.F.E.D ନିଜର ଏକ ଲକ୍ଷ ଟନ ବାଫାର ଷ୍ଟକରୁ ଏବେ ସୁଦ୍ଧା ବଜାରରେ ପାଖାପାଖି ୩୭ ହଜାର ଟନ ପିଆଜ ଯୋଗାଇ ସାରିଛି । ଯେପରିକି ପିଆଜ ଦର ନିୟନ୍ତ୍ରଣ କରାଯାଇପାରିବ । ଉଦ୍ୟୋଗ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଅକ୍ଟୋବର ୩୦ ତାରିଖରେ କହିଥିଲେ ଯେ, ୭ ହଜାର ଟନ ପିଆଜ ଆମଦାନୀ ହୋଇସାରିଛି । ଆହୁରି ୨୫ ହଜାର ଟନ ପିଆଜ ଦୀପାବଳି ପୂର୍ବରୁ ଆମଦାନୀ ହେବ ବୋଲି ଅନୁମାନ କରାଯାଉଛି । ସରକାରଙ୍କ ଦ୍ୱାରା କିଷାନ ରେଳ ଜରିଆରେ ଦେଶର କୋଣ ଅନୁକୋଣକୁ ପିଆଜ ପହଞ୍ଚାଯାଉଛି ।ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ ଗତ ବର୍ଷେ ଭିତରେ ବଜାରରେ ଆଳୁ ଦାମ ୧୦୮ ପ୍ରତିଶତ ବଢିଛି । ବର୍ଷେ ପୂର୍ବରୁ ଆଳୁ କ୍ୱିଣ୍ଟାଲ ପିଛା ୧୭୩୯ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ବର୍ତ୍ତମାନ କ୍ୱିଣ୍ଟାଲ ପ୍ରତି ୩୬୩୩ ଟଙ୍କାରେ ବିକ୍ରି ହେଉଛି । ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଖୁଚୁରା ବଜାରରେ ଆଳୁ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ମଧ୍ୟ ପାଖାପାଖି ୬୦ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ଆଳୁ କିଲୋ ପ୍ରତି ୫୦ ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଭୋପାଲରେ ୫୦ ରୁ ୫୫ ଟଙ୍କାରେ ବିକ୍ରି ହେଉଛି ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଲିସୀ ଲାଗୁ କରି ପିଆଜ ବ୍ୟବସାୟୀଙ୍କୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଷ୍ଟକ ଲିମିଟ କରିବା ପୂର୍ବରୁ ବ୍ୟବସାୟୀଙ୍କୁ ୩ ଦିନ ସମୟ ଦିଆଯିବ । ବ୍ୟବସାୟୀଙ୍କୁ ସର୍ଟିଂ ଏବଂ ପ୍ୟାକିଂ କାମ ୩ ଦିନ ମଧ୍ୟରେ ପୁରା କରିବାକୁ ହେବ । ଏହି ସମୟରେ ଷ୍ଟକର କୌଣସି ଲିମିଟ ରହିବନାହିଁ । କିନ୍ତୁ ଏହାପରେ ଷ୍ଟକ ସୀମା ଲାଗୁ କରାଯିବ । ଏହି ପଲିସୀ ଅନୁସାରେ ଖୁଚୁରା ବ୍ୟବସାୟୀ ଦୁଇ ମେଟ୍ରିକ ଟନ ଯାଏଁ ଓ ହୋଲସେଲର ସର୍ବାଧିକ ୨୫ ମେଟ୍ରିକ ଟନ ପିଆଜ ରଖିପାରିବେ । ଏହି ସୀମା ଡିସେମ୍ବର ଯାଏଁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଙ୍ଗଳବାର ରାତିରେ ଟ୍ୱିଟ କରି ସୂଚନା ଦେଇଛି ।

ରାଜ୍ୟର କିଛି ସହରରେ ହଠାତ ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏହିଭଳି ପଦକ୍ଷେପ ନିଆଯାଇଛି । ଖୁବ ଶୀଘ୍ର ଏହି ମାମଲାରେ ବିଜ୍ଞପ୍ତି ଜାରି କରାଯିବ । ଏହାପୂର୍ବରୁ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ର ସରକାର ଏ ସମ୍ପର୍କରେ ଆଡ଼ଭାଇଜାରୀ ଜାରି କରିଥିଲେ ।

Show More
Back to top button