ଲେବାନନ ବିସ୍ଫୋରଣ ଘଟଣା ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।


ସତ୍ୟଶିଖା ୧୨.୦୮.୨୦୨୦ : ଲେବାନନ ବିସ୍ଫୋରଣ ଘଟଣା ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସବୁ ଫ୍ୟାକ୍ଟ୍ରିକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଏଣ୍ଡ ବଏଲର ନିର୍ଦ୍ଦେଶକ । ଫ୍ୟାକ୍ଟ୍ରିରେ ନିରାପତ୍ତା ଓ ସୁରକ୍ଷା ପାଇଁ ପଦ କ୍ଷେପ ନେବାକୁ ଏଥିରେ କୁହାଯାଇଛି । ର ଫ୍ୟାକ୍ଟିରେ ବିସ୍ଫୋରକ ସାମଗ୍ରୀ କେତେ ରହିଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି ତାହାର ତଥ୍ୟ ଦେବାକୁ ଚିଠିରେ କୁହାଯାଇଛି । ଗତ ୪ ତାରିଖରେ ଲେବାନନରେ ବଡ ବିସ୍ଫୋରଣ ହୋଇଥିଲା । ଏଥିରେ ୭୦ ଜଣ ପ୍ରାଣ ହରାଇଥିଲେ ।
ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ଶହେ ମିଟର ଉପରକୁ ଉଠି ଯାଇଥିଲା ସମୁଦ୍ରର ପାଣି । ସେହିପରି ଅନ୍ୟ ବିସ୍ଫୋରଣରେ ଦେଖିବାକୁ ମିଳିଛି ଧୂଆଁର ଏକ ବିଶାଳ ବଳୟ ପ୍ରଥମେ ଉଠିବା ପରେ ପରେ ଲାଲ ରଙ୍ଗର ବିଶାଳ ଧୂଆଁ ଓ ବାଲି ମିଶା ବଳୟ ସହରକୁ ଛାଇ ଯାଇଥିଲା । ଏହି ବିସ୍ଫୋରଣ ପରେ ପରେ ଲେବାନନରେ ଜରୁରୀ ସ୍ଥିତି ଜାରି ହୋଇଛି । ଘଟଣା ନେଇ ଲେବାନନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି । ଲେବାନନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁସାରେ ଦୀର୍ଘ ଦିନରୁ ଏକ ପରିତ୍ୟକ୍ତ ଓୟାର ହାଉସ ରହିଥିଲା ।