
ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ : ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ରେ ଅତିଥି ହେବା ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୭ ତାରିଖରେ ଫୋନରେ କଥା ହୋଇ ନିମନ୍ତ୍ରଣ କରିଥିଲେ ମୋଦି । ପ୍ରତିବଦଳରେ, ଆସନ୍ତାବର୍ଷ ବ୍ରିଟେନରେ ହେବାକୁ ଥିବା ଜି-ସେଭେନ୍ ଶିଖର ବୈଠକରେ ଭାରତ ଆମନ୍ତ୍ରଣ କରିଛି ବ୍ରିଟେନ୍ । ୧୯୯୩ ମସିହାରେ ଶେଷଥର ପାଇଁ ସାଧାରଣତନ୍ତ୍ର ଦିବସରେ ଭାରତର ଜାତୀୟ ଉତ୍ସବରେ ଅତିଥି ହୋଇଥିଲେ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ ମେଜର ।ତେବେ ଜନସନଙ୍କୁ ଆମନ୍ତ୍ରଣ କରିବା ପଛରେ କଣ କୁଟନୀତି ଥାଇପାରେ, ସେନେଇ ସରକାର ନୀରବ ଥିବା ବେଳେ ବିଶେଷଜ୍ଞମାନେ କହୁଛନ୍ତି, ଭାରତ ଓ ବ୍ରିଟେନର ଏକ ଦୃଢ ବନ୍ଧୁତ୍ୱ, ଆମେରିକାକୁ ଆଖି ଆଗରେ ରଖି କରାଯାଉଛି । ସେମାନେ ମତ ଦେଉଛନ୍ତି, ଉଭୟ ଭାରତ ଓ ବ୍ରିଟେନ୍ ଟ୍ରମ୍ପଙ୍କ ସପକ୍ଷରେ ଖୋଲାଖୋଲି ମତ ପ୍ରକାଶ କରିଥିଲେ । ତେଣୁ ଆମେରିକାର ନୂଆ ରାଷ୍ଟ୍ରପତି ବାଇଡେନ୍ଙ୍କୁ ନେଇ ଉଭୟ ରାଷ୍ଟ୍ରର ସତର୍କତାର ସହ ନିଜ କାର୍ଡ ଖେଳିବେ ।