ଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟ

ଆସନ୍ତାକାଲିଠୁ ବଢିବ ମଦ ରେଟ୍ : ବଜେଟ୍ ୨୦୨୧

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତ୍ୟକ୍ଷ କର ଦେଉଥିବା ଲୋକଙ୍କୁ ଚଳିତ ଆର୍ଥିକ ବର୍ଷରେ କୌଣସି ଆଶ୍ଵସ୍ତି ଦେଇ ନାହାନ୍ତି। ସରକାର ମଦ, କାବୁଲି ଚଣା, ମଟର, ମସୁରର ଡାଲି ସମେତ ଅନେକ ଉତ୍ପାଦନ ଉପରେ କୃଷି ଉପକରଣ ଉପରେ ସେସ୍ ଲଗାଇବାକୁ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ ଅପ୍ରତ୍ୟକ୍ଷ କରରେ ପରିବର୍ତ୍ତନ ଘୋଷଣା କରିଥିଲେ ମଧ୍ୟ ଅନେକ ପ୍ରକାରର କଞ୍ଚା ମାଲ ଉପରେ କଷ୍ଟମ ଡ୍ୟୁଟି ବଢାଇଛନ୍ତି । କିଛି ଇସ୍ପାତ ଉତ୍ପାଦନ ଉପରୁ ଟିକସ ହଟାଇ ଦିଆଯାଇଛି । ମୋବାଇଲର କିଛି ଉପକରଣ ଉପରେ ଏବେ ୨.୫ ପ୍ରତିଶତ ଡ୍ୟୁଟି ଲଗାଇ ଦିଆଯାଇଛି ।

ସାଧାରଣ ବଜେଟ୍‌ ୨୦୨୧-୨୨ରେ ସରକାର ସ୍ଵାସ୍ଥ୍ୟ ଉପରେ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ମାତ୍ର ଏହି ଖର୍ଚ୍ଚର ଭରଣା ପାଇଁ ଅନେକ ଗୁଡାଏ ଉତ୍ପାଦନ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି । ସରକାରଙ୍କ ଘୋଷଣା ଅନୁଯାୟୀ ନୂତନ ଏଗ୍ରି ଇନଫ୍ରା ଡେଭଲପମେଣଟ୍ ସେସ୍‌ ଆସନ୍ତାକାଲିଠୁ ଲାଗୁ ହୋଇଯିବ । ଏହି ହିସାବରେ କାଲିଠୁ ମଦ ପିଇବା ମଧ୍ୟ ମହଙ୍ଗା ହୋଇଯିବ । କାରଣ ବଜେଟ୍‌ରେ ଆଲକୋହଲିକ ବେଭରେଜ ଉପରେ ୧୦୦ ପ୍ରତିଶତ ଏଗ୍ରୀ ଇନଫ୍ରା ସେସ୍ ଲଗାଯାଇଛି ।

ପେଟ୍ରୋଲ-ଡିଜେଲ୍ ହେବ ମହଙ୍ଗା

ବଜେଟ୍‌ରେ ପେଟ୍ରୋଲ ଲିଟର ପିଛା ଅଢେଇ ଟଙ୍କା ଓ ଡିଜେଲ୍‌ ଲିଟରପ ପ୍ରତି ୪ ଟଙ୍କା ହିସାବରେ କୃଷି ସେସ୍ ଲଗାଯାଇଛି । ତେଣୁ ଆସନ୍ତାକାଲିଠୁ ଏହାର ଦର ବୃଦ୍ଧି ଘଟିବାର ସମ୍ଭାବନା  ରହିଛି । ଫଳରେ ମଧ୍ୟବିତ୍ତ ବର୍ଗ ଉପରେ ଏହାର ସବୁଠୁ ଅଧିକ ପ୍ରଭାବ ପଡିବ । ଏଥିରେ ଦରଦାମ ବଢିବାର ଅଧିକ ସମ୍ଭାବନା ରହିଛି ।

Show More
Back to top button