ରାଜ୍ୟ

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ସତ୍ୟଶିଖା(ଭୁବନେଶ୍ୱର) ୧୭.୦୭.୨୦୨୧:  ଆଜି (ଶନିବାର) ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ 5ଟା 30ରେ ଏହି ବୈଠକ ବସିବ । ନବୀନ ନିବାସରୁ ଭିସି ଯୋଗେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ।

କ୍ୟାବିନେଟରେ ବିଭିନ୍ନ ବିଭାଗର କ୍ୟାଡର ପୁନଃଗଠନ ନେଇ ପ୍ରସ୍ତାବ ରହିଛି । ଏହାବାଦ ବାଗଚୀ ଦମ୍ପତିଙ୍କ ଉଦ୍ୟମରେ ଇନଫୋଭ୍ୟାଲିଠାରେ ହେବାକୁ ଥିବା ବିଶ୍ବସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଜମି ହସ୍ତାନ୍ତର ହେବ, ଏଥିପାଇଁ ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବାର ପ୍ରସ୍ତାବ ରହିଛି । ଏଥିଲାଗି ରାଜସ୍ବ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Show More
Back to top button