ଅପରାଧରାଜ୍ୟ

ନବୀନ ନିବାସ ଆଗରେ କିରାସିନି ଢାଳି ଯୁବକଙ୍କ ଆତ୍ମହୁତି ଉଦ୍ୟମ

ସତ୍ୟଶିଖା(ଭୁବନେଶ୍ୱର) ୧୩.୦୭.୨୦୨୧: ସମୟ ମଧ୍ୟାହ୍ନ ସାଢେ଼ ୧୨ଟା । ନବୀନ ନିବାସ ସାମ୍ନା ରାସ୍ତା ଚଳଚଞ୍ଚଳ ଥାଏ । ହଠାତ୍ ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ନବୀନ ନିବାସ ସାମ୍ନାକୁ ଚାଲି ଯାଇଥିଲେ । କେହି କିଛି ବୁଝିବା ପୂର୍ବରୁ ହାତରେ ଧରିଥିବା କିରୋସିନ୍ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏୟାରପୋର୍ଟ ପୁଲିସ ଓ ସୁରକ୍ଷାକର୍ମୀ କାବୁ କରି ନେଇଥିଲେ । ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ ବ୍ୟକ୍ତି । ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ସେ ହେଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ପ୍ରମୋଦ କୁମାର ନାୟକ । ସହିଦନଗର ବିଶ୍ୱେଶ୍ୱରୀ ବସ୍ତିରେ ରହୁଛନ୍ତି । କୋର୍ଟଚାଲାଣ ପରେ ତାଙ୍କୁ ଜେଲ୍ ପଠାଇ ଦିଆ ଯାଇଥିବା ଜଣାପଡ଼ିଛି । ଏୟାରପୋର୍ଟ ଥାନା ପୁଲିସ ସୂଚନା ଅନୁସାରେ, ପ୍ରମୋଦଙ୍କ ସହ ତାଙ୍କ ପନôୀ ଓ ଶ୍ୱଶୁର ଘର ଲୋକଙ୍କର ବହୁ ବର୍ଷ ହେଲା ବିବାଦ ରହିଛି । ପନôୀଙ୍କୁ ନିର୍ଯାତନା ମାମଲାରେ ସହିଦନଗର ପୁଲିସ କିଛିମାସ ତଳେ ପ୍ରମୋଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପ୍ରମୋଦଙ୍କୁ ତାଙ୍କ ପନôୀ ଓ ଶାଳକମାନେ ମାଡ଼ ମାରିଥିବା ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଶୁଣି ନ ଥିଲା । ନ୍ୟାୟ ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ ପ୍ରମୋଦ । ଆତ୍ମହତ୍ୟା କରିବା ପାଇଁ ଶେଷ ନିଷ୍ପତ୍ତି ନେଇ ସାରିଥିଲେ । ସୋମବାର ମଧ୍ୟାହ୍ନରେ ଏକ କିରୋସିନ୍ ବୋତଲ ଓ ଡିଆସିଲି ଧରି ନବୀନ ନିବାସ ନିକଟରେ ପହଞ୍ଚିଥିଲେ । ପ୍ରଥମେ ବୋତଲ ଖୋଲି କିଛି କିରୋସିନ୍ ପିଇଥିଲେ । ଏହା ପରେ ଦେହରେ ଢାଳି ହୋଇ ଡିଆସିଲି ମାରୁଥିବା ସମୟରେ ପାଟ୍ରୋଲିଂ କରୁଥିବା ଏୟାରପୋର୍ଟ ଥାନା ପୁଲିସ ଓ ସୁରକ୍ଷାକର୍ମୀ କାବୁ କରି ନେଇଥିଲେ । ଏ ସଂକ୍ରାନ୍ତରେ ଥାନାରେ ଆଇପିସି ଦଫା-୩୦୯ ଓ ୩୩୨ରେ ମାମଲା ରୁଜୁ ହୋଇଛି । ପ୍ରମୋଦ କାହିଁକି ଏଭଳି ନିଷ୍ପତ୍ତି ନେଲେ ପୁଲିସ ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ କି ଏଭଳି ଦିଗକୁ ନେଇ ପୁଲିସ ଭୂମିକା ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।
Show More
Back to top button