ସତ୍ୟଶିଖା ୧୮/୦୧/୨୦୨୧ : ଆରମ୍ଭ ହୋଇଛି ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହା ପର୍ବ ଦାମୋଦର ମେଳା ବା ଦାମୋଦର ଘାଟ୍ । ବାରିପଦା ସହରର ସୁନାମୁହିଁ ଘାଟ ବା ବୁଢାବଳଙ୍ଗ, ଜରାଳି ଓ ସରାଳି ନଦୀର ସଂଗମସ୍ଥଳ ତ୍ରୀବେଣୀ ଘାଟ ଏବେ ଚଳଚଂଚଳ ହୋଇଉଠିଛି । କରୋନା ସତ୍ୱେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାନ୍ତାଳ ସମ୍ପ୍ରଦାୟର ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ଏହି ଦାମୋଦର ଘାଟରେ ।
ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ଦାମୋଦର ମେଳା ଆରମ୍ଭ
