ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୧/୨୦୨୦ : ଭାରତରେ ରୁଷ୍ର କୋଭିଡ୍ ଟିକା ସ୍ପୁଟନିକ ଭି’ର ୧୦ କୋଟି ମାତ୍ରା ତିଆରି ହେବ ବୋଲି ରୁଷ୍ କର୍ତ୍ତୃପକ୍ଷ ଆଜି ଘୋଷଣା କରିଛନ୍ତି । ଭାରତର ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନି ‘ହେଟେରୋ’ ପ୍ରଥମ ପର୍ଯ୍ୟାୟରେ ଏହି ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ ବୋଲି ରୁଷ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍ (ଆର୍ଡିଆଇଏଫ୍) ପକ୍ଷରୁ କୁହାଯାଇଛି । ହେଟେରୋ ପ୍ରତିବର୍ଷ ସ୍ପୁଟନିକ୍ ଭି’ ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବା ପାଇଁ ଚୁକ୍ତି ବଦ୍ଧ ହୋଇଥିବା ଜଣାପଡ଼ିଛି । ୨୦୨୧ ପ୍ରାରମ୍ଭରେ ହିଁ ଭାରତରେ ଟିକା ତିଆରି ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ରୁଷ୍ ଦାବି କରିଛି ଏବଂ ସମସ୍ତ ପର୍ଯ୍ୟାୟ ପରୀକ୍ଷଣରେ ଏହା ନିରାପଦ ସାବ୍ୟସ୍ତ ହୋଇଛନ୍ତି ।
ଭାରତରେ ତିଆରି ହେବ ସ୍ପୁଟ୍ନିକ୍ ଟିକା
