

ସତ୍ୟଶିଖା(ପୁରୀ) ୨୧.୦୭.୨୦୨୧:: ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉପରେ ଦୁଇ ଜଣ ଯୁବକ । ଦୁଇ ଯୁବକ ସେଲଫି ନେଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି ଫଟୋ । ଏହି ଦୁଇ ଯୁବକ ସେବାୟତ ନା’ ଅଣସେବାୟତ ସ୍ପଷ୍ଟ ହୋଇନାହିଁ । ନନ୍ଦିଘୋଷ ରଥରେ ଏହିପରି ଫଟୋ ଉଠାଇ ସୋସିଆଲ ମିଡିଆରେ ସେମାନେ ନିଜକୁ ଧନ୍ୟ ମନେ କରିଥିବା ଲେଖିଛନ୍ତି । ତେବେ ଯଦି ଏହି ଯୁବକ ସେବାୟତ ହୋଇଥାନ୍ତେ ତାହାଲେ ଏହି ଲେଖା ହୋଇନଥାନ୍ତା। ସେମାନେ ପ୍ରଭୁ ଜଗନ୍ନାଥଙ୍କ ସିଂହାସନରେ ବସି ଫଟୋ ଉଠାଇଛନ୍ତି । ଯେତେବେଳେ କୌଣସି ଭକ୍ତ ରଥ ସ୍ପର୍ଶ କରିପାରୁନାହାନ୍ତି ତାହାଲେ କେମିତି ରଥ ଉପରେ ଏହି ଦୁଇ ଯୁବକ ନନ୍ଦିଘୋଷ ରଥରେ ଚଢି ସେଲଫି ନେଲେ ସେନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ଏହି ଦୁଇ ଯୁବକ ନନ୍ଦିଘୋଷ ରଥର ସାରଥୀଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ସବୁଠାରୁ ବଡକଥା ହେଲା ଏତେ ପୋଲିସ ଅଧିକାରୀ ଓ କର୍ମଚାରୀ ରଥ ଚତୁଃପାର୍ଶ୍ବରେ ଜଗି ରହିଥିଲେ ମଧ୍ୟ କଡା ସୁରକ୍ଷା ବଳୟକୁ ଭେଦ କରି ଏହି ଦୁଇ ଯୁବକ ରଥ ଉପରେ ଫଟୋ ଉଠାଇଲେ କିପରି ? ରଥ ଉପରେ ଫଟୋ ଉଠାଇବା ବାରଣ ରହିଥିବାବେଳେ କିପରି ଏହି ଦୁଇ ଯୁବକ ଫଟୋ ଉଠାଇଲେ ?