ସ୍ଵତନ୍ତ୍ର ‌ଓଜେଇଇ ଆବେଦନ ୧୭ ଯାଏ ବୃଦ୍ଧି

ସତ୍ୟଶିଖା(ଭୁବନେଶ୍ୱର ) ୧୧.୦୮ .୨୦୨୧: ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ସ୍ବତନ୍ତ୍ର ‌ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଜାରି ରହିଥିବା ଆବେଦନ ପ୍ରକ୍ରିୟାର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆବେଦନର ଶେଷ ତାରିଖ ଅଗଷ୍ଟ ୧୦ ଧାର୍ଯ୍ୟ ହୋଇଥିଲା। ଏବେ ତାହାକୁ ୧୭ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନକାରୀ ଛାତ୍ରଛାତ୍ରୀ ୧୮ ତାରିଖ ସୁଦ୍ଧା ଫି’ ଦାଖଲ କରିପାରିବେ। ଯଦି କୌଣସି ଛାତ୍ରଛାତ୍ରୀ ଆବେଦନପତ୍ରରେ କିଛି ସଂଶୋଧନ କରିବାକୁ ଚାହୁଁଛନ୍ତି, ସେମାନେ ଏହି ସମୟ ମଧ୍ୟରେ ଓଜେଇଇ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ସଂଶୋଧନ କରିପାରିବେ। ଏହାପରେ ସମୟରେ ଆଉ କୌଣସି ପରିବର୍ତନ ହେବ ନାହିଁ। ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ www.ojee.nic.in କୁ ନିୟମିତ ଭାବେ ଦେଖିବାକୁ ପରାମର୍ଶ ଦିଆଯାଇଛି।

Exit mobile version