ରାଜ୍ୟ

ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଅସ୍ତରଙ୍ଗର ଦେବୀ ମୁହାଁଣରେ

ସତ୍ୟଶିଖା ୨୮/୧୨/୨୦୨୦ : ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାସିତ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକାରେ ସମୁଦ୍ର ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଚାଲିଥିବାବେଳେ ଗତକାଲି ମଧ୍ୟରାତ୍ରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୨ଟି ଅଲିଭ ରିଡଲେ କଇଁଛ ଅପ୍ରତ୍ୟାସିତ ଭାବେ ସମୁଦ୍ର କୂଳକୁ ଆସି ଅଣ୍ଡାଦାନ କରିଥିବା ବନ ବିଭାଗ ପେଟ୍ରୋଲିଂ ଟିମ୍ ଦେଖିବାକୁ ପାଇଛନ୍ତି ।ଗୋଟିଏ କଇଁଛ ଦେବୀ ନାସିରେ ଆସି ୧୩୩ ଟି ଅଣ୍ଡାଦାନ କରିଥିବା ବେଳେ ଡାଳୁଅକଣି ନିକଟରେ ଆଉ ଏକ କଇଁଚ ୧୨୮ ଟି ଅଣ୍ଡା ଦେଇ ସମୁଦ୍ରକୁ ଯାଇଛି । ଏହି ଦୁଇଟି କଇଁଛର ମୋଟ ୨୬୧ ଟି ଅଣ୍ଡାକୁ ବନ ବିଭାଗ କର୍ମଚାରୀମାନେ ସଂଗ୍ରହ କରି ଅସ୍ଥାୟୀ ହାଚେରୀରେ ପୋତି ସଂରକ୍ଷିତ ରଖିଛନ୍ତି ।

Show More
Back to top button