ଧର୍ମପର୍ଯ୍ୟଟନରାଜ୍ୟ

ଶ୍ରୀମନ୍ଦିର ପାଇଁ ଏସଓପି ଜାରି

ସତ୍ୟଶିଖା(ଭୁବନେଶ୍ୱର ) ୧୧.୦୮ .୨୦୨୧:  ଶ୍ରୀ ମନ୍ଦିର ଖୋଲି ଯାଇଛି । ରଥ ଯାତ୍ରା ମଧ୍ୟ ସରିଗଲା । ହେଲେ ଲୋକେ କରି ପାରିନଥିଲେ ମହାପ୍ରଭୁଙ୍କ ଦର୍ଶନ । ତେବେ ଭକ୍ତ ଏବଂ ଭଗବାନଙ୍କ ଶ୍ରଦ୍ଧାକୁ ଦେଖି ସରକାର ଶ୍ରୀ ମନ୍ଦିର ଖୋଲିବା ନେଇ ଏସ୍‌ଓପି ଜାରି କରିଛନ୍ତି ।

ତେବେ କାଲିଠୁ ୨ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି । ପରିଚୟ ପତ୍ର ଏବଂ ମନ୍ଦିର ତରଫରୁ କରାଯାଇଥିବା ବିମା କାର୍ଡ ଦେଖାଇ ସେବାୟତଙ୍କ ପରିବାର ମହାପ୍ରଭୁଙ୍କର ଦର୍ଶନ କରିପାରିବେ । ୧୬ ରୁ ୨୦ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ୱାର୍ଡ ଅନୁସାରେ ପୁରୀ ସହରବାସୀ ଦର୍ଶନ କରିବେ । ଆସନ୍ତା ୨୩ରୁ ସର୍ବସାଧାରଣଙ୍କ ପାଇଁ ମିଳିଛି ଦର୍ଶନ ଅନୁମତି । ଆଧାରକାର୍ଡ ଏବଂ ପରିଚୟ ପତ୍ର ସହ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଦୁଇ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ ଦେଖାଇ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ସକାଳ ୭ରୁ ସଂଧ୍ୟା ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । କୋଭିଡ ଗାଇଡଲାଇନ୍ ଅନୁସାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ପ୍ରବେଶ ଅନୁମତି ମିଳିବ । ସିଂହ ଦ୍ୱାର ଦେଇ ପ୍ରବେଶ ଏବଂ ଉତ୍ତର ଦ୍ୱାର ଦେଇ ଭକ୍ତ ପ୍ରସ୍ଥାନ କରିବେ । ଶ୍ରୀ ମନ୍ଦିର ପରିସରରେ ମହା ପ୍ରସାଦ ସେବନ ଅନୁମତି ନାହିଁ । ଏହା ସହ ମନ୍ଦିର ପରିସରରେ ଥିବା ଅନ୍ୟ ଛୋଟ ଛୋଟ ମନ୍ଦିରରେ ଭକ୍ତ ପୂଜା ପ୍ରାର୍ଥନା କରିବା ମନା । ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ବଡ଼ ବଡ଼ ପୂଜା ପାର୍ବଣରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରଯାଇଛି । ଜନ୍ମାଷ୍ଟମୀ, ଗଣେଶ ପୂଜାରେ ବନ୍ଦ ରହିବ ଶ୍ରୀ ମନ୍ଦିର ।

Show More
Back to top button