ସତ୍ୟଶିଖା ୧୧/୧୨/୨୦୨୦ : ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ । ସେ ହେଉଛନ୍ତି ୱାର୍କର ସେସ୍ପାଲିଷ୍ଟ କୁହାଯାଉଥିବା ଟି ନଟରାଜନ୍ । ଗରିବ ପରିବାରରୁ ଆସିଥିବା ଏହି କ୍ରିକେଟର ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇ ସାରିଛନ୍ତି । ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଫଳରେ ଏବେ ସେ ଟିମ୍ ଇଣ୍ଡିଆର ନିଜ ଚମତ୍କାର ଦେଖାଉଛନ୍ତି ।
ଚିକେନ ବେପାରୀ ମା ର ପୁଅ ହେଲା ଅନ୍ତର୍ଜାତୀୟ କ୍ରିକେଟର
