

ସତ୍ୟଶିଖା ୧୨.୦୮.୨୦୨୦ : ଚଳିତ ବର୍ଷ ସାରଦିଅ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ l ସମସ୍ତ କୋଭିଡି ନିୟମକୁ ପାଳନ କରି ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିତି ନିୟମକୁ ସମ୍ମାନ ଜଣାଇ ଗତକାଲି ତା – ୧୧ /୦୮ /୨୦୨୦ ରିଖ ମଙ୍ଗଳବାର ପବିତ୍ର ଜନ୍ମାଷ୍ଟମୀରେ ପ୍ରତ୍ୟେକ ବର୍ଷ ପରି ନିୟମ ମୁତାବକ ଏଥର ମଧ୍ୟ ଆଜ୍ଞାମାଳ ଆସିବା ପରେ କୁଆଖାଇ ନଦୀ ପଠାରୁ ସକାଳ ୯ ଘଟିକା ସମୟରେ ନୟାପଲ୍ଲୀ ଦୁର୍ଗାପୂଜା ସମିତି ତରଫରୁ ମା ଦୁର୍ଗାଙ୍କ ପାଇଁ ମାଟି ଅନୁକୂଳ କରାଗଲା l ଏଥିରେ ସରକାରଙ୍କ ସମସ୍ତ ନିୟମାବଳୀକୁ ମାନି ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ପବିତ୍ର ମୋହନ ବେହେରା ଓ ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ ଉକ୍ତ କାର୍ଯ୍ୟକୁ ସମ୍ପାଦନ କରାଇଥିଲେ l ଆଗାମୀ ଦିନରେ ପୂଜା ପରିଚାଳନା ପାଇଁ ରାଜ୍ୟସରକାର ଯାହା ଯାହା ନିୟମ ଆଣିବେ ସେ ସମସ୍ତ ନିୟମକୁ ମାନି ପୂଜା ପରିଚାଳନା କରାଯିବ ବୋଲି ସମ୍ପାଦକ ମହେନ୍ଦ୍ର ବଳବନ୍ତ ରାୟ ପ୍ରତିଶୃତି ଦେଇଛନ୍ତି l