ଜୀବନମନ୍ତ୍ର

ରସୁଣ, ପୁଦିନା ସମେତ ୫ଟି ଘରୋଇ ପଦାର୍ଥର ଗନ୍ଧ ଆପଣଙ୍କୁ ଜଣାଇ ଦେବ କରୋନା ସଂକ୍ରମିତ କି ନୁହଁ l

ସତ୍ୟଶିଖା ୦୩ /୧୦/୨୦୨୦ : ଦେଶରେ କରୋନା ସଂକ୍ରମଣ ବଢିବଢି ଚାଲିଛି। ଏଥିରେ କୋଭିଡ ପଜିଟିଭ କି ନୁହଁ ଜାଣିବା ଲାଗି ଲୋକେ ପରୀକ୍ଷଣ ନିମନ୍ତେ ଦୀର୍ଘ ଧାଡି ବାନ୍ଧୁଛନ୍ତି । ତେବେ ଆପଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି କି ନା ତାହା ନିଜ ଘରର ହାଣ୍ଡିଶାଳରୁ ନିଶ୍ଚିତ ହୋଇପାରିବେ । ଯଦି ଆବଶ୍ୟକ ପଡେ ତେବେ କରୋନା ପରୀକ୍ଷଣ ହେଉଥିବା ସ୍ଥାନକୁ ଯାଇ ନିଜର ପରୀକ୍ଷଣ କରାଇ ନେବେ । ନଚେତ ଅଯଥା ଧାଡିବାନ୍ଧିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଚଣ୍ଡିଗଡ ପୋଷ୍ଟ ଗ୍ରାଜ୍ୟୁଏଟ ଇନିଷ୍ଟଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଏଣ୍ଡ ରସର୍ଚ୍ଚ( ପିଜିଆଇଏମଇଆର)ର ଗବେଷକମାନେ ।

ନ୍ୟାସନାଲ ଏଗ୍ରି-ଫୁଡ ବାୟୋଟେକ୍ନୋଲଜି  ମହାଲୀ ଓ ଚଣ୍ଡିଗଡ ପିଜିଆଇଏମଆର ଗବେଷକମାନେ ପ୍ରଥମ ଥର ଲୋକେ କରୋନା ସହ ଏନୋସ୍ମିଆ ଅର୍ଥାତ ଗନ୍ଧ ବାରିବା କ୍ଷମତା ହରାଉଥିବାର ଜାଣିବାକୁ ପାଇଛନ୍ତି । ଏଥିରେ ଅନୁନ୍ୟ ୧୦୦ ଜଣଙ୍କୁ ସାମିଲ କରି ସେମାନଙ୍କୁ ରସୁଣ, ପୁଦିନା, ଅଳେଇଚ, ନଡିଆ ତେଲ ଓ ପାନମଧୁରୀ ଆଦି ସୁଂଘିବାକୁ ଦେଇଥିଲେ । ତେବେ ଏଥିରୁ ଅନେକଙ୍କ ଠାରେ ଗନ୍ଧ ବାରିବାର କ୍ଷମତା ହ୍ରାସ ଜଣାପଡିଥିଲା । ହେଲେ ସେମାନେ ସମ୍ପୂର୍ଣ୍ଣ ଆଘ୍ରାଣ ଶକ୍ତି ହରାଇ ନଥିବା ଜାଣିବାକୁ ପାଇଥିଲେ ।

ତେବେ କରୋନା ଆକ୍ରାନ୍ତ ୨ଟି ଚିଜର ଗନ୍ଧ ବାରିବାରେ ଅସମର୍ଥ ହୋଇଥିଲେ । ତାହା ଥିଲା ନଡିଆ ତେଲ ଓ ପୁଦିନାର ବାସ୍ନା । ଯେଉଁମାନେ ଏହି ଗନ୍ଧ ବାରି ପାରିନଥିଲେ ସେମାନେ ପରେ ପରୀକ୍ଷଣରୁ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଯାଇଥିଲା । ଏଣୁ ସଂକ୍ରମଣକୁ ନେଇ ଚିନ୍ତିତ ଥିବା ଲୋକେ ଘରେବି ନିଜର ଏହି ପରୀକ୍ଷଣ କରାଇ ନେଇ ପାରିବେ । ଯଦି ସେମାନେ ଉପରୋକ୍ତ ସାମଗ୍ରୀରୁ କେଉଁ ଗୋଟିକର ବି ଗନ୍ଧ ବାରି ନ ପାରୁଛନ୍ତି ତେବେ ସେ ପଜିଟିଭ ହୋଇସାରିଥିବା ନିଶ୍ଚିତ ହୋଇଯିବା ଦରକାର ଓ ନିଜକୁ ପରିବାରର ଅନ୍ୟମାନଙ୍କଠାରୁ ପୃଥକ କରି ତୁରନ୍ତ ଚିକିତ୍ସକୀୟ ପରାମର୍ଶ ଓ ଟେଷ୍ଟିଂ କରାଇ ନେବା ଦରକାର ବୋଲି ଗବେଷକ କହିଛନ୍ତି ।

 

Show More
Back to top button