

ସତ୍ୟଶିଖା (ମୁମ୍ବାଇ) ୦୪/୦୧/୨୦୨୧ : ବ୍ୟବସାୟୀମାନଙ୍କ ସ୍ମାର୍ଟଫୋନ୍କୁ ପଏଣ୍ଟ୍ ଅଫ୍ ସେଲ୍ (ପିଓଏସ୍) ମେସିନରେ ପରିଣତ କରିବା ଲାଗି ତିନିଟି ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ), ଆର୍ବିଏଲ୍ ବ୍ୟାଙ୍କ ଓ ପେବାଏନିୟର ହାତ ମିଳାଇଛନ୍ତି । ଏନ୍ଏଫ୍ସି ସୁବିଧା ଥିବା ସ୍ମାର୍ଟଫୋନ୍କୁ ଏହି ତିନି ସଂସ୍ଥା ରୁପେ ପିଓଏସ୍ରେ ପରିଣତ କରୁଛନ୍ତି । ଏହା ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ ଗ୍ରହଣ କରିବା ସହଜ ହେବ । ଅଫ୍ଲାଇନ୍ରେ ମଧ୍ୟ ବ୍ୟବସାୟୀମାନେ ଯେଭଳି ପେମେଣ୍ଟ୍ ହାସଲ କରିପାରିବେ ତାହାର ମଧ୍ୟ ପରୀକ୍ଷଣ ଚାଲିଛି । ତେଣୁ ପେମେଣ୍ଟ୍ କରିବା ଲାଗି ରୁପେ କାର୍ଡ ରଖିଥିବା ବ୍ୟକ୍ତିଙ୍କୁ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବନି ।
ବିଇଏମ୍ଏଲ୍ର ୨୬% ଅଂଶଧନ ବିକ୍ରି ହେବ
ନୂଆଦିଲ୍ଲୀ : ସରକାରୀ ପ୍ରତିରକ୍ଷା ଓ ଇଞ୍ଜିନିୟରିଂ କଂପାନି ବିଇଏମ୍ଏଲ୍ର ୨୬% ଅଂଶଧନ ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବିଭିନ୍ନ ସଂସ୍ଥା ଠାରୁ ଆବେଦନ ଆହ୍ବାନ କରାଯାଇଛି । ତେବେ କଂପାନି ପାଖରେ ଥିବା ଜମି ଓ ଅଣ-ମୌଳିକ ସମ୍ପତ୍ତିଗୁଡ଼ିକ ଏହି ବିକ୍ରି ପ୍ରକ୍ରିୟାର ଅଂଶ ହେବନାହିଁ। ଲିମିଟେଡ୍ ଲାଇବିଲିଟି ପାର୍ଟନରସିପ୍ (ଏଲ୍ଏଲ୍ପି) ଓ ଫଣ୍ଡ୍ଗୁଡ଼ିକ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ବର୍ତ୍ତମାନ ବିଇଏମ୍ଏଲ୍ରେ ସରକାରଙ୍କ ୫୪.୦୩% ଅଂଶଧନ ରହିଛି।