ଅପରାଧନ୍ୟୁଜ୍ରାଜ୍ୟ

ପରୀ ହତ୍ୟା ଘଟଣାରେ ୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏସଆଇଟି

ସତ୍ୟଶିଖା ୧୬/୦୨/୧୦୨୧ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲାକୁ ନେଇ ଗତକାଲି ନୟାଗଡ଼ କୋର୍ଟ‌ରେ ଚାର୍ଜସିଟ ଦାଖଲ କରିଛି ଏସଆଇଟି । ୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ପରୀ ଫ୍ରକରୁ ସିମେନ୍ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଏହା ସହ ଚାର୍ଜସିଟରେ ଏହା ଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ଏହି ମାମଲାରେ ନାବାଳକ ଅଭିଯୁକ୍ତର ସମ୍ପୃକ୍ତି ରହିଛି ବୋଲି ସ୍ପଷ୍ଟ କରିଛି ଏସଆଇଟି ।

ଚାର୍ଜସିଟରେ କୁହାଯାଇଛି ଯେ, ମିଛ କହିବା ଏବଂ ପ୍ରଶ୍ନକୁ ଏଡ଼ାଇଯିବା, ପୀଡ଼ିତାର ବାରମ୍ବାର ଅଭିଯୁକ୍ତର ଘରକୁ ଯିବା, ଯେଉଁଠାରେ ପରୀକୁ ଫିଙ୍ଗି ଦିଆଯାଇଥିଲା ସେହି ସ୍ଥାନରୁ ତାଙ୍କ ଘର ନିକଟବର୍ତ୍ତୀ ହୋଇଥିବ‌ାରୁ ନାବାଳକ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବରେ ଉଭା ହୋଇଥିଲା । ଚାର୍ଜସିଟ୍ ଅନୁଯାୟୀ, ଜଣେ କାଉନସିଲରଙ୍କୁ ଅଭିଯୁକ୍ତର ମାନସିକ ସ୍ଥିତିକୁ ଅଧ୍ୟୟନ କରିବା ପାଇଁ ନିଆଯାଇଥିଲା | କାଉନସେଲିଂ ପରେ ବିଶେଷଜ୍ଞ ଜଣାଇଛନ୍ତି ଯେ, କଥାବାର୍ତ୍ତା ସମୟରେ ଅଭିଯୁକ୍ତ ୧୪.୦୭.୨୦୨୦ରେ ଦୁଷ୍କର୍ମ ପରେ ତଣ୍ଟି ଚିପି ପରୀକୁ ହତ୍ୟା କରିଥିବା ବିଷୟରେ ସ୍ୱୀକାର କରିଛି । ଘଟଣା ପୂର୍ବ ରାତିରେ ତାଙ୍କ ଭଉଣୀଙ୍କ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖିବା ପରେ ଅଭିଯୁକ୍ତ ଏଭଳି କରିବାକୁ ଉତ୍ସାହିତ ହୋଇଥିବା ଜଣାଇଛି । 

ଚାର୍ଜସିଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅନୁସନ୍ଧାନ ବେଳେ ଏସଆଇଟି ଜଣେ ସାକ୍ଷୀକୁ ପାଇଛି, ଯିଏ ମୃତ ନାବାଳିକାକୁ ଅଭିଯୁକ୍ତର ଘର ଭିତରକୁ ଯାଉଥିବାର ଦେଖିଥିଲେ । ଅନ୍ୟ ଜଣେ ସାକ୍ଷୀ ମଧ୍ୟ ମୃତଦେହକୁ ଫିଙ୍ଗିବା ପାଇଁ ଅଭିଯୁକ୍ତ ତାଙ୍କ ଘରୁ ଅଖା ନେଇ ବାହାରକୁ ଯାଉଥିବାର ଦେଖିଛନ୍ତି । ଏହି ଦୁଇ ଜଣ ସାକ୍ଷୀଙ୍କ ବୟାନ ଧାରା ୧୬୪ ସିଆରପପିସି ଅଧୀନରେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ମଧ୍ୟ ରେକର୍ଡ କରାଯାଇଛି ।
Show More
Back to top button