ଦସ୍ତଖତ କହିବ ଆପଣଙ୍କ ବ୍ୟକ୍ତିତ୍ୱ, କିପରି?


ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୦୭.୨୦୨୧: ପ୍ରତ୍ୟେକ ବ୍ୟକ୍ତିଙ୍କ ଦସ୍ତଖତ ପଦ୍ଧତି ଅଲଗା ଅଟେ । ସାମୁଦ୍ରିକ ଶାସ୍ତ୍ର ଏପରି ଏକ ଶାସ୍ତ୍ର ଯେଉଁଥିରେ ବ୍ୟକ୍ତିର ଅଙ୍ଗଭଙ୍ଗୀ, ଶରୀରର ଅଙ୍ଗ ଓ ମାର୍କ ଦେଖି ବ୍ୟକ୍ତିଙ୍କ ବିଷୟରେ ସୂଚନା ମିଳିଥାଏ । ଯଦିଓ ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ ତଥାପି ବ୍ୟକ୍ତିର ପ୍ରକୃତି ଏବଂ ଦସ୍ତଖତରୁ ତାଙ୍କର ପସନ୍ଦ ବିଷୟରେ ଅନେକ କିଛି ଜଣା ପଡିପାରେ । ଯେପରିକି ଯେଉଁମାନେ ଦସ୍ତଖତ କଲାବେଳେ ତଳୁ ଉପର ପର୍ଯ୍ୟନ୍ତ ଲେଖନ୍ତି, ସେମାନେ ଆଶାବାଦୀ ଓ ହୃଦୟବାନ ଅଟନ୍ତି ଓ ବେଳେବେଳେ ଝଗଡା କରିଥାନ୍ତି । ଯେଉଁମାନେ ଉପରୁ ତଳ ପର୍ଯ୍ୟନ୍ତ ଲେଖନ୍ତି, ଏହି ଲୋକମାନେ ଅଧିକ ସାମାଜିକ ହେବାକୁ ପସନ୍ଦ କରନ୍ତି ନାହିଁ ଓ ସେମାନଙ୍କ ଚିନ୍ତାଧାରାରେ ସକରାତ୍ମକତାର ଅଭାବ ରହିଥାଏ । ଅନେକ ଲୋକ ଥାଆନ୍ତି ବିନା କଲମ ଉଠାଇ ଏକାଥରେ ଦସ୍ତଖତ କରିଦିଅନ୍ତି, ଏପରି ଲୋକମାନଙ୍କୁ ଅତ୍ୟନ୍ତ ରହସ୍ୟମୟ ବୋଲି ବିବେଚନା କରାଯାଏ । ଏମାନଙ୍କ ଭିତରେ କଣ ଘଟୁଛି ଜାଣିବା କଷ୍ଟକର ହୋଇଥାଏ ଓ ଏମାନେ ସାମାନ୍ୟ ଚିଡା ହୋଇଥାନ୍ତି । ସେହିପରି ନିଜ ସରନେମକୁ ସମ୍ପୂର୍ଣ୍ଣ ଓ ସ୍ୱଚ୍ଛ ଲେଖୁଥିବା ବ୍ୟକ୍ତି ବହୁତ ବନ୍ଧୁତ୍ୱପୂର୍ଣ୍ଣ ଓ ବ୍ୟବହାରିକ ହୋଇଥାନ୍ତି । ଯେଉଁମାନେ ଦସ୍ତଖତ କରିସାରିବା ପରେ ଡଟ ଦେଇଥାନ୍ତି, ସେମାନେ ଟିକେ ଲାଜକୁଳା ହୋଇଥାନ୍ତି ଓ ଯେଉଁମାନେ ଅସ୍ପଷ୍ଟ ଭାବେ ଦସ୍ତଖତ କରିଥାନ୍ତି ସେମାନଙ୍କୁ ବିଶ୍ୱାସଯୋଗ୍ୟ ବିବେଚନା କରାଯାଏ ନାହିଁ । ଏହି ଲୋକମାନେ ନିଜର ସଫଳତା ପାଇଁ ପ୍ରତାରଣା କରିପାରିନ୍ତି ।