ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ଗତକାଲି ରାତିରେ ଫୁଟିଛି ଗୁଳି । ଫାଙ୍କା ଗୁଳି ଚାଳନା କରି ଦୁଇ ଜଣ ଦୁର୍ବୃତ ଡୁମଡୁମା ବଜାରରେ ଶୁଭମ ନାମକ ଜଣେ ଯୁବକକୁ ଆକ୍ରମଣ କରିଥିଲେ । ଏହାପରେ ବନ୍ଧୁକରେ ଶୁଭମଙ୍କ ମୁଣ୍ଡକୁ ଛେଚି ଆକ୍ରମଣ କରିଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆହତ ଯୁବକଙ୍କୁ ଏବେ ଏମସ ହସ୍ପିଟାଲରେ ଭର୍ତି କରାଯାଇଛି ।
ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦୁଇ ଦୁର୍ବୃତ ଆକ୍ରମଣ କରିଥିବା ସୂଚନା ମିଳିିଛି । ଗୁଳିକାଣ୍ଡରେ ୨ଜଣ ଦୁବୃର୍ତ ସମ୍ପୃକ୍ତ ଥିବା ସୂଚନା ମିଳିଛି । ସେମାନେ ହେଲେ ଆକାଶ ଓ ଅଗ୍ନି । ଅଗ୍ନିକୁ ପୂର୍ବରୁ ତଡିପାର କରିଥିଲା କମିଶନରେଟ ପୋଲିସ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ଗୁଳିକାଣ୍ଡ ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ସେହିଭଳି ଆକାଶ, ଅଗ୍ନି ଓ ବଳିଆକୁ ଠାବ କରିବା ପାଇଁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଏ କଥା ମଧ୍ୟ ଜଣାପଡ଼ିଛି ଯେ ଗୁଳିମାଡ଼ କରିବା ପୂର୍ବରୁ ଆଜି ସନ୍ଧ୍ୟାରେ ଏହି ଦୁଇ ଦୁର୍ବୃତ୍ତ ମଧୁସୂଦନ ପାର୍କରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିଲେ । ପାର୍କରେ ବସିଥିବା ଯୁବକ ଯୁବତୀମାନଙ୍କୁ ଧମକାଇ ବଟି ଆଦାୟ କରୁଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସେମାନେ ଫେରାର୍ ହୋଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ ନୂଆବର୍ଷ ମସ୍ତି ପାଇଁ ଏବେ ଅଗ୍ନି, ଆକାଶ ଓ ବଳିଆ ଗ୍ୟାଙ୍ଗ୍ ବଟି ଆଦାୟରେ ଲାଗି ପଡ଼ିଛନ୍ତି । ତେବେ କମିସନରେଟ୍ ପୁଲିସ ‘ଦାଦାବଟିକୁ ନା’ ଅଭିଯାନ ଚଳାଇଥିବାବେଳେ ଏହି କୁଖ୍ୟାତ୍ ଗ୍ୟାଙ୍ଗ୍ ଉପରେ କେମିତି ନଜର ରହିଲା ନାହିଁ ବୋଲି ପ୍ରଶ୍ନ ଉଠିଛି ।