ଧର୍ମନ୍ୟୁଜ୍ରାଜ୍ୟ

ଏଥର ବି କଟକଣାରେ ପାଳନ ହେବ ମହାଶିବରାତ୍ରି

ସତ୍ୟଶିଖା( ଭୁବନେଶ୍ୱର )୧୨.୦୨.୨୦୨୨ : କୋଭିଡ୍ କଟକଣା ମଧ୍ୟରେ ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ । ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତ ନିଆଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହାଶିବରାତ୍ରି ’ ଅନୁଷ୍ଠିତ ହେଉଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ । ଲିଙ୍ଗରାଜ ମନ୍ଦିରରେ ଜାଗର ମହାଦୀପ ମାର୍ଚ୍ଚ ୧ ତାରିଖ ରାତି ୧୦ଟାରେ ଉଠିବ । ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ମହାଶିବରାତ୍ରିରେ ଆବଶ୍ୟକ ରୀତିନୀତି ଦାୟିତ୍ୱରେ ଥିବା ସେବାୟତମାନଙ୍କ ପାଇଁ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Show More
Back to top button