ଆଜିଠୁ ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଓଷୁଅ


ପୁରୀ (ସତ୍ୟଶିଖା): ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି। ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ଆଜି ମଧ୍ୟାହ୍ନ ଧୂପ ପରେ ଅଣସର ଶୁଦ୍ଧସୁଆରମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲଗାଇବେ। ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷୁଅ ଲାଗି କରାଯିବ।
ଆହୁରି ପଢ଼ନ୍ତୁ
ଅନ୍ୟପକ୍ଷରେ ରଥଖଳାରେ ରଥର୍ନିମାଣ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ତିନି ରଥର ଉପରି ଭାଗର କାମ ଜାରି ରହିଥିବା ବେଳେ ପ୍ରତ୍ୟକ ରଥର ତିନୋଟି ଭୂଇଁ ଟୁଙ୍ଗୁରା ସରିଛି। ତିନିରଥର ଖପୁରି ଓ ପୋଟଳ କାମ ଶେଷ ହୋଇଥିବା ବେଳେ ବର୍ତ୍ତମାନ କଇଁଚି,କଳସ କାମ ଓ ପଟା ପଡ଼ିବା ପାଇଁ ତାଗ ବାଡ଼ିଆ କାମ ଚାଲିଛି।