ସତ୍ୟଶିଖା : ୦୭/୦୪/୨୦୨୫:ପୁନର୍ଗଠନ ହେବ SHG (ସ୍ବୟଂ ସହାୟକ ଗୋଷ୍ଠୀକୁ) । ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ। ଆଉ ଏଥିରେ GPLF ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ସରକାରରେ ବହୁ ମହିଳା SHGରୁ ବଞ୍ଚିତ ଅଛନ୍ତି । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାକୁ ଆରମ୍ଭ କରିଛନ୍ତି । ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ିଥିଲେ । ଏବେ ସମସ୍ତଙ୍କୁ GPL ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ ।ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି ବାହାରକରି ନୂଆ ହେବେ। ତୃଣମୂଳ ସ୍ତରରେ ନେତୃତ୍ବ ସୃଷ୍ଟି କରିବାକୁ ଚେଷ୍ଟା ହେବ ।