ମାର୍ଚ୍ଚ ୧୨ରୁ ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ, ପୁଣି ହେବ କୋଭିଡ ଟେଷ୍ଟ

ସତ୍ୟଶିଖା(ଭୁବନେଶ୍ଵର) ୦୯.୦୩.୨୦୨୧: ମାର୍ଚ୍ଚ ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହା ପୂର୍ବରୁ ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଣ୍ଟିଜେନ ଟେଷ୍ଟ କରାଯିବ । ଦୁଇ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିବ ସେମାନଙ୍କୁ ବିଧାନସଭାକୁ ଯିବାକୁ ଅନୁମତି ଦିଆଯିବ ବୋଲି ସେ ଦର୍ଶାଇଛନ୍ତି । ସୂଚନାଥାଉକି, ମାର୍ଚ୍ଚ ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।

Exit mobile version