ନ୍ୟୁଜ୍

ଯୁକ୍ତ ଦୁଇର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶିତ

ସତ୍ୟଶିଖା ( ଭୁବନେଶ୍ୱର )୧୧/୧୦ /୨୦୨୧: ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା ବିଜ୍ଞପ୍ତି । ଅକ୍ଟୋବର 12 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଆଡମିଶନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅକ୍ଟୋବର12 ତାରିଖରେ ଅନଲାଇନ ମାଧ୍ୟମରେ ସାମ୍ସ ୱେବ୍‌ସାଇଟରେ ଖାଲିଥିବା ସିଟର ସଂଖ୍ୟା ପ୍ରକାଶ ପାଇବ । କେଉଁ କଲେଜରେ କେଉଁ ବିଭାଗରେ କେତେ ସିଟ୍‌ ବଲକା ରହିଛି ତାହା ପ୍ରକାଶ କରାଯିବ । ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରି ଆବେଦନ କରିପାରିବେ । ଅକ୍ଟୋବର 25 ତାରିଖରେ ଫର୍ମ ଆବେଦନ କରିବା ଶେଷ ତାରିଖ ରହିଛି । 30 ଅକ୍ଟୋବରରେ ମେରିଟ ଲିଷ୍ଟ୍‌ ପ୍ରକାଶ ପାଇବ । ଏହାପରେ ନଭେମ୍ବର 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ନାମଲେଖା ପକ୍ରିୟା ଆରମ୍ଭ ହେବ ।

ନଭେମ୍ବର 9 ତାରିଖରେ ପୁନର୍ବାର ସ୍ପଟ୍‌ ନାମଲେଖା ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ । ନଭେମ୍ବର 11 ଓ 12 ତାରିଖରେ ସ୍ପଟ ଆଡମିଶନ କରାଯିବ । ଏହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ କୌଣସି ସିଟ୍‌ ପାଇନାହାନ୍ତି ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିବେ ।

Show More
Back to top button