ସତ୍ୟଶିଖା ୨୪ /୧୨/୨୦୨୦ : ସମ୍ବଲପୁର ଚାରଭାଟି ଛକରେ ଖୋଲିଥିବା ‘ଓଡ଼ିଆ ଅଭଡ଼ା’ ରେଷ୍ଟୁରାଣ୍ଟ ନାଁରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଏଥିସହ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଆଇନଜୀବୀ ଅନୀଲ କୁମାର ସାହୁ ଏହି ଘଟଣାରେ ରେଷ୍ଟୁରାଣ୍ଟର ମାଲିକଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଅବଢ଼ା (ଶ୍ରୀମନ୍ଦିରର ମହାପ୍ରସାଦ) ନାଁରେ ରେଷ୍ଟୁରାଣ୍ଟରେ ଟେବୁଲ ଉପରେ ଖାଦ୍ୟ ବିକ୍ରି ମହାପ୍ରସାଦ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ବୋଲି ଦର୍ଶାଇ ଏହି ରେଷ୍ଟୁରାଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି ।
ପୁରୀ ର ସେବାୟତ ମାନେ ‘ଓଡ଼ିଆ ଅଭଡ଼ା’ ହୋଟେଲ ବିରୋଧରେ ଏତଲା କଲେ
