ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ‘ଆରୋଗ୍ୟ ସେତୁ’ ଆପ୍ କିଏ ତିଆରି କରିଛି? ଏନେଇ ଜାତୀୟ ସୂଚନା କମିଶନ ସହ ବିବାଦ ଉପୁଜିବା ପରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଏବେ ସାମ୍ନାକୁ ଆସିଛି । ସରକାର କହିଛନ୍ତି କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ସାର୍ବଜନିକ ଘରୋଇ ସହଯୋଗ ଦ୍ବାରା ଆରୋଗ୍ୟ ସେତୁ ଆପ୍ ତିଆରି କରାଯାଇଛି । ଏହା ସହ ଏହାକୁ ଖୁବ ପାରଦର୍ଶୀ ଭାବେ ବିକଶିତ କରାଯାଇଥିଲା । ସରକାର କହିଛନ୍ତି ଆରୋଗ୍ୟ ସେତୁ ଆପକୁ ପ୍ରାୟ ୨୧ ଦିନରେ ବିକଶିତ କରାଯାଇ ଥିଲା । ସରକାରଙ୍କ ତରଫରୁ କୁହାଯାଇଥିଲା ଆରୋଗ୍ୟ ସେତୁ ଆପରେ କୌଣସି ସନ୍ଦେହ ସୃଷ୍ଟି ହେବା କଥା ନୁହେଁ ଓ ଭାରତରେ କୋଭିଡ ମହାମାରୀ ରୋକିବା ଦିଗରେ ଏହାର ଗୁରୁତ୍ବପୂଣ୍ଣ ଭୂମିକା ରହିଛି ।
ପରଦା ଫାସ ହେଲା ‘ଆରୋଗ୍ୟ ସେତୁ’ ଆପର ଶେଷରେ ସ୍ପଷ୍ଟୀକରଣ ରଖିଲେ ସରକାର
