ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟଶିକ୍ଷାସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ନଭେମ୍ବର ୨ରୁ ଖୋଲିବ ସ୍କୁଲ

ସତ୍ୟଶିଖା (ହାଇଦ୍ରାବାଦ) ୨୧/୧୦/୨୦୨୦ : କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ମାର୍ଚ ମାସରୁ ଲାଗିଥିଲା । ସୋମବାରରୁ ପଞ୍ଜାବ, ୟୁପି ଓ ସିକ୍କିମରେ ସ୍କୁଲ ଖୋଲିଛି । ଏହି କ୍ରମରେ ଆନ୍ଧ୍ର ପ୍ରଦେଶରେ ନଭେମ୍ବର ୨ରେ ସ୍କୁଲ ଖୋଲିବାକୁ ଯାଉଛି । ତେବେ ଆନ୍ଧ୍ର ସରକାର ଏ ପାଇଁ କିଛି ଦିଶା-ନିର୍ଦେଶ ଜାରି କରିଛନ୍ତି ।ସ୍କୁଲ ଅଡ-ଇଭେନ୍ ନମ୍ବରରେ ଚାଲିବ । ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡି ମଙ୍ଗଳବାର ଭିଡ଼ିଓ କନଫରେନ୍ସି ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ସ୍କୁଲ ଯଦିଓ ନଭେମ୍ବର ୨ରୁ ଖୋଲିବ କିନ୍ତୁ ଅଧା ଦିନ ଚାଲିବ । ଅର୍ଥାତ ସକାଳ ଓଳି ସ୍କୁଲ ଖୋଲିବ ଓ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ମିଡ ଡେ ମିଲ ପରେ ସ୍କୁଲ ଛୁଟି ହୋଇଯିବ । ଦିନେ ଛାଡି ଦିନେ ବିଭିନ୍ନ ଶ୍ରେଣୀର ସ୍କୁଲ ଚାଲିବ । ପ୍ରଥମେ ପ୍ରଥମ, ତୃତୀୟ, ପଞ୍ଚମ, ସପ୍ତମ ଓ ନବମ ଶ୍ରେଣୀ ଗୋଟିଏ ଦିନ ଚାଲିବ ଓ ଦ୍ବିତୀୟ, ଚତୁର୍ଥ, ଷ​ଷ୍ଠ ଓ ଅଷ୍ଟମ ଶ୍ରେଣୀ ଆଉ ଏକ ଦିନ ଅର୍ଥାତ ଦ୍ବିତୀୟ ଦିନ ଚାଲିବ । ତେବେ ଯଦି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୫୦ରୁ ଅଧିକ ହୁଏ ତିନି ଦିନରେ ଥରେ ଚାଲିବ । ଏହା ସହ ନଭେମ୍ବର ୧୫ ସିୁଦ୍ଧା ସରକାରୀ ସ୍କୁଲର ଇନଫ୍ରାଷ୍ଟକଚରରେ ପରିବର୍ତଦ ଦିଗରେ ‘ନାଡୁ ନେଡୁ’ ନାଁ’ରେ ପ୍ରୋଜେକ୍ଟ ମାଧ୍ୟରେ ଯେଉଁ କାମ ଚାଲିଛି ତାହା ଶେଷ ହେବ କହିଛନ୍ତି  ରେଡ୍ଡି ।ଏହାରି ଭିତରେ ବିଦ୍ୟାଳୟରେ ସାନିଟାଇଜର, ହ୍ୟାଣ୍ଡଓ୍ବାଶ ଓ ଥର୍ମାଲ ସ୍କ୍ରିନିଂ ଓ ବିଦ୍ୟାଳୟରେ ପ୍ରାଥମିକ ଉପଚାର ବ୍ୟବସ୍ଥା କରାଯିବ । ବିଦ୍ୟାଳୟ ପରିସର ସଫା ସୁତୁରା ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାର ଉପଯୁକ୍ତ ବନ୍ଦୋବସ୍ତ କରାଯିବ ।

Show More
Back to top button