ଅପରାଧରାଜ୍ୟ

ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଘୋଟଲା ଧୀରେ ଧୀରେ ଖୋଲିବା ରେ ଲାଗିଛି

ସତ୍ୟଶିଖା (ଭୁବନେଶ୍ୱର) ୧୨/୧୨/୨୦୨୦ : ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ । ଏନେଇ ଭାବି ଶଶ୍ୱୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା । ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଂଚ ଏଡିଜି । ୬ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ଚାକିରି କରାଇଦେବା ନେଇ ଟଙ୍କା ଆସୁଥିଲା ।ଟଙ୍କା ନେଇ ଆଶାୟୀଙ୍କୁ ଜେଲ କାଗଜପତ୍ର ଦେଉଥିଲେ । ୬ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ଆକାଶ ପାଠକଙ୍କ ଆକାଉଂଟକୁ ଟଙ୍କା ପଠାଇଥିବା ବେଳେ ୪ ଜଣ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ବିପୁଳ ପରିମାଣର ଅର୍ଥ ପଠାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଏଡିଜି କହିଛନ୍ତି ଯେ, ଯେଉଁମାନେ ବି ଏହି ଠକାମୀରେ ଶିକାର ହୋଇଛନ୍ତି,ସେମାନେ ଭୟ ନକରି ସାମନାକୁ ଆସିବା ଆବଶ୍ୟକ । ଗତକାଲିଠୁ ଆକାଶ ପାଠକଙ୍କୁ ୫ ଦିନିଅର ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ।

Show More
Back to top button